Phagu Udei Aase Kanhei

ଫଗୁ ଉଡ଼େଇ
ହାଏ, ଆସେ କହ୍ନେଇ
ଫଗୁ ଉଡ଼େଇ
ଆସେ କହ୍ନେଇ

ରାଧାରାଣୀ କୁ ସାଥିରେ ନେଇ
ରାଧାରାଣୀ କୁ ସାଥିରେ ନେଇ

(ନାଚ, ନାଚରେ ନାଚରେ ନାଚ ତା-ତା-ଥେଇ-ଥେଇ)
(ନାଚ, ନାଚରେ ନାଚରେ ନାଚ ତା-ତା-ଥେଇ-ଥେଇ)

ଦେଖ ଗାଆଁ ଦାଣ୍ଡରେ
ଦୋଳ ବିମାନେ ବୁଲେ
ଖର, ଝାଞ୍ଜ ବାଜଇ

(ନାଚ, ନାଚରେ ନାଚରେ ନାଚ ତା-ତା-ଥେଇ-ଥେଇ)
(ନାଚ, ନାଚରେ ନାଚରେ ନାଚ ତା-ତା-ଥେଇ-ଥେଇ)

ହୋ, ବୃନ୍ଦାବନେ ଗୋପୀ ସାଙ୍ଗେ ଚାଚେରି ଖେଳିଲା
ଫଗୁ ଖେଳି ଆନନ୍ଦରେ ଦୋଳିରେ ଝୁଲିଲା
ହୋ, ବୃନ୍ଦାବନେ ଗୋପୀ ସାଙ୍ଗେ ଚାଚେରି ଖେଳିଲା
ଫଗୁ ଖେଳି ଆନନ୍ଦରେ ଦୋଳିରେ ଝୁଲିଲା

ସେଇ ଖେଳ, ସେଇ ରଙ୍ଗ ସିଏ ନ ଭୁଲିଲା
ଫଗୁ ଦଶମୀ ରୁ ଦୋଳ ବିମାନେ ବୁଲିଲା

ସେ ରଙ୍ଗରସିଆ
ସେ ମନରସିଆ
ସେ ରଙ୍ଗରସିଆ
ସେ ମନରସିଆ
ପ୍ରେମ ରଙ୍ଗରେ ଦିଏ ରଙ୍ଗେଇ
ପ୍ରେମ ରଙ୍ଗରେ ଦିଏ ରଙ୍ଗେଇ

(ନାଚ, ନାଚରେ ନାଚରେ ନାଚ ତା-ତା-ଥେଇ-ଥେଇ)
(ନାଚ, ନାଚରେ ନାଚରେ ନାଚ ତା-ତା-ଥେଇ-ଥେଇ)

ହୋ, ଦୁଆରେ ଭୋଗ ଖାଉଛି ସେ ଦ୍ଵାର-ଦ୍ବାର ବୁଲି
ହୋଲି ଖେଳି କଳାଦେହ ଦିଶେ ତାର ନାଲି
ହୋ, ଦୁଆରେ ଭୋଗ ଖାଉଛି ସେ ଦ୍ଵାର-ଦ୍ବାର ବୁଲି
ହୋଲି ଖେଳି କଳାଦେହ ଦିଶେ ତାର ନାଲି

ବର୍ଷସାରା ତା ପାଖକୁ ଭକ୍ତ ଗଲେ ବୋଲି
ଭକ୍ତ ନିକଟକୁ ଆଜି ଆସିଛି ସେ ବୁଲି

ସେ ଭକ୍ତବାନ୍ଧବ
ସେ ଦଳଗୋବିନ୍ଦ
ସେ ଭକ୍ତବାନ୍ଧବ
ସେ ଦଳଗୋବିନ୍ଦ
ତାକୁ ଆଣରେ ଆଣ ବନ୍ଦେଇ
ତାକୁ ଆଣରେ ଆଣ ବନ୍ଦେଇ

(ନାଚ, ନାଚରେ ନାଚରେ ନାଚ ତା-ତା-ଥେଇ-ଥେଇ)
(ନାଚ, ନାଚରେ ନାଚରେ ନାଚ ତା-ତା-ଥେଇ-ଥେଇ)
(ନାଚ, ନାଚରେ ନାଚରେ ନାଚ ତା-ତା-ଥେଇ-ଥେଇ)
(ନାଚ, ନାଚରେ ନାଚରେ ନାଚ ତା-ତା-ଥେଇ-ଥେଇ)



Credits
Writer(s): Baidyanath Dash
Lyrics powered by www.musixmatch.com

Link