Kanha Re To Ranga Pichakari

କାହ୍ନାରେ ତୋ ରଙ୍ଗ ପିଚକାରୀ
ପିଚକାରୀ ନୁହେଁ ସିଏ ସାଣଦିଆ ଛୁରୀ
କାହ୍ନାରେ ତୋ ରଙ୍ଗ ପିଚକାରୀ
ପିଚକାରୀ ନୁହେଁ ସିଏ ସାଣଦିଆ ଛୁରୀ

ରଙ୍ଗରେ ରଙ୍ଗରେ
ଏ ଗୋପ ଦାଣ୍ଡରେ
ହୋ, ରଙ୍ଗରେ ରଙ୍ଗରେ
ଏ ଗୋପ ଦାଣ୍ଡରେ
ହୃଦୟକୁ ମୋର ଦେଲା ଚିରି

ମୁଁ ଲାଜରେ-ଲାଜରେ ଯାଏ ମରି
ମୁଁ ଲାଜରେ-ଲାଜରେ ଯାଏ ସରି
ମୁଁ ଲାଜରେ-ଲାଜରେ ଯାଏ ମରି
ମୁଁ ଲାଜରେ-ଲାଜରେ ଯାଏ ସରି

ଆଜିଠାରୁ ବୋଧେ
ଯମୁନା ଯିବାକୁ, ହୋଇଯିବ ମତେ ମନା
ମନା କରୁ-କରୁ
କଳଙ୍କର ଦାଗ ଦେଲୁ ଦଗାଦିଆ କାହ୍ନା

ତ୍ରିଭଙ୍ଗି ଠାଣିରେ
ବାଙ୍କ ଚାହାଣିରେ
ହୋ, ତ୍ରିଭଙ୍ଗି ଠାଣିରେ
ବାଙ୍କ ଚାହାଣିରେ
ବାଟବଣା ମତେ ଦେଲୁ କରି

ମୁଁ ଲାଜରେ-ଲାଜରେ ଯାଏ ମରି
ମୁଁ ଲାଜରେ-ଲାଜରେ ଯାଏ ସରି
ମୁଁ ଲାଜରେ-ଲାଜରେ ଯାଏ ମରି
ମୁଁ ଲାଜରେ-ଲାଜରେ ଯାଏ ସରି

କଉଠି ଲୁଚିବି ଜାଗା ପାଇଲିନି?
ଧରା ପଡ଼ିଗଲି ପୁଣି
ଓଢ଼ଣିରେ ଯେବେ ମୁହଁ ଲୁଚେଇଲି
ନେଇଗଲୁ ତୁ ଟାଣି

ଗୋରାଦେହ ମୋର
ନାଲି ପଡ଼ିଗଲା
ହୋ, ଗୋରାଦେହ ମୋର
ନାଲି ପଡ଼ିଗଲା
ହସୁଥିଲେ ଦେଖି ଗୋପନାରୀ

ମୁଁ ଲାଜରେ-ଲାଜରେ ଯାଏ ମରି
ମୁଁ ଲାଜରେ-ଲାଜରେ ଯାଏ ସରି
ମୁଁ ଲାଜରେ-ଲାଜରେ ଯାଏ ମରି
ମୁଁ ଲାଜରେ-ଲାଜରେ ଯାଏ ସରି



Credits
Writer(s): Baidyanath Dash
Lyrics powered by www.musixmatch.com

Link