To Duniya Chadi Chalijibi - Sad Version

ତୋ ଦୁନିଆଁ ଛାଡ଼ି ଚାଲିଯିବି ବହୁଦୂର
ଝରିବା ଆଗରୁ ଲୁହ ତୋର
ତୋ ଚେହେରା ପୁଣି ଭୁଲିଯିବି ଜାଣିଶୁଣି
ପଡ଼ିବା ଆଗରୁ ମନେ ମୋର

ଜୀବନରେ ସତେ କଲି କେଉଁ ପାପ, ପିଇବାକୁ ହୁଏ ଜହର?

ମୋ ପ୍ରେମକୁ ଲାଗିଲା ସତେ ଆଜି କାହା ନଜର
ମୋ ପ୍ରେମକୁ ଲାଗିଲା ସତେ ଆଜି କାହା ନଜର, ଆଜି କାହା ନଜର

ଖୋଜିଲେବି ମତେ ଆଉ ପାଇବୁନି
ବାଛିନେବି ଅନ୍ଧାର ମୁଁ
ତୋ ଲୁହର କାରଣ ମୁଁ ହେବିନାହିଁ
ନିଜେ ପଛେ ଜଳିବି ମୁଁ

ଜଳିବି ଏଣିକି ଏକା ସବୁ ରାତି ପ୍ରାୟଶ୍ଚିତ ନାହିଁ ଯାହାର

ମୋ ପ୍ରେମକୁ ଲାଗିଲା ସତେ ଆଜି କାହା ନଜର
ମୋ ପ୍ରେମକୁ ଲାଗିଲା ସତେ ଆଜି କାହା ନଜର, ଆଜି କାହା ନଜର

ଆ-ଆ-ନା

ମାନିନେଲି ସବୁ ଦୋଷ ବୋଲି ମୋର
ଶାସ୍ତି ଦେବି ନିଜକୁ ମୁଁ
ଭୁଲିଯିବି ଏଇ ବାଟ, ଏଇ ଗଳି
ଫେରିବିନି ପଛକୁ ମୁଁ

ଭୁଲ୍ କରିଛି, ନିଃଶ୍ୱାସ ହାରିଛି ଏ ପ୍ରଶ୍ନର ନାହିଁ ଉତ୍ତର

ମୋ ପ୍ରେମକୁ ଲାଗିଲା ସତେ ଆଜି କାହା ନଜର
ମୋ ପ୍ରେମକୁ ଲାଗିଲା ସତେ ଆଜି କାହା ନଜର, ଆଜି କାହା ନଜର



Credits
Writer(s): Baidyanath Dash
Lyrics powered by www.musixmatch.com

Link