Ajaanate

ଅଜାଣତେ କିଛି ହୁଏ ସତେ
ନୂଆ ଲାଗେ ଏ ସକାଳ
କିଛି କଥା ତମେ ନକହିଲେ ବି
ସବୁ ମତେ କହିଗଲ

ସେଇ ଆଖିର ଆଈନାରେ ମୁଁ
ମୋ ହୃଦୟକୁ ଦେଖିଛି
ଆଜିକାଲି ମୁଁ କାଇଁ ବାଟରେ
ତୋ କଥା ଭାବି ଖୁଣ୍ଟୁଛି?

ଅଜାଣତେ କିଛି ହୁଏ ସତେ
ନୂଆ ଲାଗେ ଏ ସକାଳ
କିଛି କଥା ତମେ ନ କହିଲେ ବି
ସବୁ ମତେ କହିଗଲ

ଶ୍ରାବଣରେ ତୁ ବିଛେଇଦେଲୁ
ମୋ ମନରେ ପ୍ରେମ ପୁଲକ
ଭିଜା-ଶ୍ରାବଣ ମଲ୍ହାର ରାଗେ
ଗାଉଥିଲା ତୋ'ରି ଗୀତ

ଅକୁହା ସେ ଅନୁଭୂତି ଲାଗେ ତୁ ଜହ୍ନ-ଜୋଛନା
ସବୁଦିନ, ସବୁରାତି ତୁମ ସହ କାମନା

ତୁ ଟିକିଏ ବି କଷ୍ଟ ପାଇଲେ
ଆଖି ମୋ ଝରାଏ ଲୁହ
ସେଇ କୋହରେ ମରିଯାଏ ମୁଁ
ଲାଗେ ତୁ ମୋର ନିଶ୍ୱାସ

ଲାଜରେ ମୁଁ ଦେଖି ତତେ ଝୁମିଯାଏ ପ୍ରେମରେ
ଅବୁଝା ଏ ମନ ବୁଝିଯାଏ, ତୁ ଥିଲେ ପାଖରେ
ସ୍ବପ୍ନ ଭରିଦିଏ ରଙ୍ଗ, ହୁଏ ପ୍ରୀତି ପ୍ରହର
ମନଲୋଭା ମଳୟରେ ହୁଏ ଦେହ ଚଞ୍ଚଳ

ଜାଣିଛି କି ମୁଁ ଜାଣି ପାରୁନି, ଭଲ କାଇଁ ଲାଗୁ ମୋତେ?
ହେଲେ ଏତିକି ଜାଣିପାରୁଛି, ସଂଯୋଗ ଅଛି ତୋ ସାଥେ



Credits
Writer(s): Subhrakanta Mishra
Lyrics powered by www.musixmatch.com

Link