Tu Hi Tu

ଚାନ୍ଦ ବି ନିରୀହ
ଫୁଲ ବି ନିରୀହ
ସବୁଠୁ ନିରୀହ ଲାଗୁଛୁ
ତୁ ହି ତୁ

ହଁ, ହରିଣୀ ଭଳି ତୋ
ଚଞ୍ଚଳ ଚାହାଣୀ
ପାଗଳ କରିଦେଇଛୁ
ତୁ ହି ତୁ

ଲାବଣ୍ୟବତୀ ତୁ ଗୋଟେ ରାଜଜେମା
ସବୁ ସୁନ୍ଦରର ତୁ ଶେଷ ସୀମା

ଏତେ ସାଧାସିଧା ଝିଅ କେବେ ଦେଖିନାହିଁ ମୁଁ

ତୁ ହି ତୁ
ତୁ ହି ତୁ
ତୁ ହି ତୁ
ତୁ ହି ତୁ

ଆଙ୍କିଦେଲେ ଲାଗୁଛୁ କଥାକୁହା ଛବି
ଗଢ଼ିଦେଲେ ରୂପ ତ ମନ୍ଦିରର ଦେବୀ
ହୋ, ତୁ ମୋର ଓସରା ପ୍ରେମର ପୃଥିବୀ
ଜାଣେନା ମୁଁ କେମିତି ତୋ ବିନା ବଞ୍ଚିବି

ସପନ ସେପାରି ରାଜହଂସିନି ତୁ
ନିଦ ମୋର ଚୋରି କରିଛୁ
ତୁ ହି ତୁ

ସରଗ ରୁପସୀ
ମେନକା, ଉର୍ବଶୀ
ତତେ ଇର୍ଷା କରି
ସତେ ଯିବେ ରୁଷି

ଏତେ ରୂପବତୀ ଝିଅ କେବେ ଦେଖିନାହିଁ ମୁଁ

ତୁ ହି ତୁ
ତୁ ହି ତୁ
ତୁ ହି ତୁ
ତୁ ହି ତୁ

ହଁ, ସଜହେଲେ ଥରେ ତୁ ଆଇନା ସାମ୍ନାରେ
ଆଇନା ଟା ଜଳେ ରେ ଈର୍ଷାରେ ଇର୍ଷାରେ
ଏମିତି ତୁ ଛୁଇଁଲୁ ତୋର ଇଶାରାରେ
ନିଜେ ଆଉ ନିଜକୁ ପାଉନି ପାଖରେ

ତୋର ଟିକେ ହସ
ସାଜିଛି ନିଃଶ୍ୱାସ
ଜୀବନ ମତେ ଦେଇଛୁ
ତୁ ହି ତୁ

ପ୍ରେମ ଅଧା ହେଲେ
ଏଇ ଜନମରେ
ଆର ଜନମକୁ ଥିବୁ ମୋ ସାଥିରେ

ଆଉ କିଛି ନାହିଁ ଖାଲି ଜରୁରୀ ମୋ ତୁ

ତୁ ହି ତୁ
ତୁ ହି ତୁ
ତୁ ହି ତୁ
ତୁ ହି ତୁ



Credits
Writer(s): Abhijit Majumdar
Lyrics powered by www.musixmatch.com

Link