To Mathara Sindura Kahuchhi (feat. Aseema Panda)

ବଧୂ ସାଜି ଆସିଲୁ ତୁ ଫୁଲେଇ-ରାଣୀ
ମୋ ଘରେ ସାଜିଲୁ ତୁ ସୁନା-ଘରଣୀ
ହାଁ, ଝିଅ ଥିଲି ବୋହୂ ହେଲି ସାଜି ତୋ ରାଣୀ
ଆସିଲି ଏରୁଣ୍ଡି ଡେଇଁ, ଟାଣି ଓଢ଼ଣୀ

ତୁ ଲାବଣ୍ୟର ମୋତିଝରା, ତୁ ଶାମୁକାର ମୁକ୍ତା ପରା
ତୋ ରୂପର ମିଠା ଲାଜ ମୋତେ ଟାଣିନଉଚି

ତୋ ମଥାର ସିନ୍ଦୁର କହୁଚି, "ମୋତେ ସିଏ ଭଲପାଉଚି"
ମୋ ମଥାର ସିନ୍ଦୁର କହୁଚି, "ତୋତେ ସିଏ ଭଲପାଉଚି"

ଶିଖିଲୁ ଲାଜ ବାହାନା, ଟାଣିଲୁ ହାତେ ଓଢ଼ଣା
ନଇଁ-ନଇଁ ଚାଲୁଚୁ ତୁ ଯେମିତି ଲାଜବର୍ଣ୍ଣା
ହୋ, ରାତି ପାହାନ୍ତାରୁ ଉଠି ପୁଜିବି ମୁଁ ବୃନ୍ଦାବତୀ
ସୁନାନାକୀ ବୋହୂ ହେବି ସାଜି ତୋ ମଉନାବତୀ

ତୁ ହାତେ ରାନ୍ଧି ପରସିବୁ, ତୁ ପାଖେ ବସି ଖୁଆଇବୁ
ତୋ ହାତର ଛୁଆଁ ପାଇ ସବୁ ଭୁଲିଯାଉଚି

ତୋ ମଥାର ସିନ୍ଦୁର କହୁଚି, "ମୋତେ ସିଏ ଭଲପାଉଚି"
ମୋ ମଥାର ସିନ୍ଦୁର କହୁଚି, "ତୋତେ ସିଏ ଭଲପାଉଚି"

ସାଜି ତୋ ପୁନେଇ-ଜହ୍ନ, ଏ ଘରେ ବସେଇ ମାଣ
ଅଗଣାରେ ମୁରୁଜରେ ଆଙ୍କିବି ମୁଁ ଝୋଟି-ଚିହ୍ନ
ଓ, ହାତରେ ଗଢି ଆରିସା, କରିବୁ ତୁ କେତେ ଓଷା
ଶୁଭ ପୁଣି ମନାସିବୁ ହୋଇ ମୋ ସୁନା-ଭାରିଜା

କଉ ଜନମର ପୂଣ୍ୟ ପାଇଁ, ଏ ଘରେ ଆସି ବୋହୂ ହେଇ
ସାତ ଜନମ ପାଇଁ ତୋର ହାତ ଧରିନେଇଚି

ମୋ ମଥାର ସିନ୍ଦୁର କହୁଚି, "ତୋତେ ସିଏ ଭଲପାଉଚି"
ତୋ ମଥାର ସିନ୍ଦୁର କହୁଚି, "ମୋତେ ସିଏ ଭଲପାଉଚି"



Credits
Writer(s): Bibhun Kumar Sahoo, Chinmay Dash, Soumya Ranjan Bal
Lyrics powered by www.musixmatch.com

Link