Prema Faguna

ଆକାଶରେ ଦେଖି ଜହ୍ନ
କାଇଁ ମନେ ହୁଏ ତୋ ମନ ପରି?
ଲଗୁଛୁ ଯେମିତି ମତେ
ତୋ ପ୍ରେମ ଡ଼ାକିଲାଣି ହାତ ଠାରି

ପହିଲି ପ୍ରେମର ଛୁଆଁ ଲାଗିଛି ଏ ମନରେ
ମାନ ଅଭିମାନ ସବୁ ସରୁଛି ତା ପାଖରେ

ଜୀବନଟା ଆଜି ଲାଗେ ଭରା-ଭରା
ଦିନ ସରେ ହସି-ହସି

ପ୍ରେମ ଫଗୁଣଟା ଏବେ-ଏବେ ଜୀବନେ ଆସି
ଭରିଦେଲା ମନ ସାରା ମୋର ଅସରା ଖୁସି
ପ୍ରେମ ଫଗୁଣଟା ଏବେ-ଏବେ ଜୀବନେ ଆସି
ଭରିଦେଲା ମନ ସାରା ମୋର ଅସରା ଖୁସି

ଚାନ୍ଦ ମୁହଁ ଯେବେ ତୋର ଦେଖେ ରେ
ଦିନରେ ବି ପୁନେଇଟା ଆସେ ରେ
ହୋ, ଗହଳିରୁ ଟିକେ ବେଶୀ ଦୂରରେ
ତୋ ସାଥୀରେ ଗପିବାକୁ ଚାହେଁ ରେ

ନଜର ମିଶେଇବାକୁ ଭଲ ଲାଗେ ଏତେ ରେ
ମରୁଭୂଇଁରେ ମେଘକୁ ଖୋଜା ହୁଏ ଯେତେ ରେ

ଇଚ୍ଛାହୁଏ ମୋର ସବୁ ରଙ୍ଗ ସତେ
ତୋ ବାଟେ ଯାଉ ବରଷି

ପ୍ରେମ ଫଗୁଣଟା ଏବେ-ଏବେ ଜୀବନେ ଆସି
ଭରିଦେଲା ମନ ସାରା ମୋର ଅସରା ଖୁସି
ପ୍ରେମ ଫଗୁଣଟା ଏବେ-ଏବେ ଜୀବନେ ଆସି
ଭରିଦେଲା ମନ ସାରା ମୋର ଅସରା ଖୁସି

ଇଚ୍ଛା ହୁଏ ପଚାରିବାକୁ ତତେ
ଭଲପାଉ କହିଦେ କେତେ ମତେ
ହୋ, ଶବଦରେ ହୁଏ ନାହିଁ କହି ରେ
ହେଲେ ସବୁ ହୃଦୟରେ ଥାଏ ରେ

ଯେବେ-ଯେବେ ମୁଁ ଚାଲେ, ତୋ ଚିହ୍ନା ବାଟରେ
ଲାଗେ ସତେ, ବାଟ ସାରା ମୋତି ଝରିଯାଏ ରେ

ସେଥିପାଇଁ ବୋଧେ ହୃଦୟଟା ମୋର
ଭାବି ହୁଏ ତତେ ବସି

ପ୍ରେମ ଫଗୁଣଟା ଏବେ-ଏବେ ଜୀବନେ ଆସି
ଭରିଦେଲା ମନ ସାରା ମୋର ଅସରା ଖୁସି (ହୋ-ହୋ-ହୋ)
ପ୍ରେମ ଫଗୁଣଟା ଏବେ-ଏବେ ଜୀବନେ ଆସି
ଭରିଦେଲା ମନ ସାରା ମୋର ଅସରା ଖୁସି

ଆ, ଦେ-ରେ-ନା
ସା-ନି-ରେ



Credits
Writer(s): Matruprasad Rath
Lyrics powered by www.musixmatch.com

Link