E Jibana Rukuna Ratha

ଏ ଜୀବନ ରୁକୁଣା ରଥ
ହାଏ, ଏ ଜୀବନ ରୁକୁଣା ରଥ

ଅଣଲେଉଟା ଯେ ସେହି
ପଛକୁ ଫେରଇ ନାହିଁ
ଅଣଲେଉଟା ଯେ ସେହି
ପଛକୁ ଫେରଇ ନାହିଁ

ଜାଣିଥା ଲୋ ମିତ

ଏ ଜୀବନ ରୁକୁଣା ରଥ
ହାଏ, ଏ ଜୀବନ ରୁକୁଣା ରଥ

ଚଇତ୍ର ମାସର ଅଶୋକାଷ୍ଟମୀ ଯେ
ପବିତ୍ର ସକଳ ତିଥିରେ
ଲିଙ୍ଗରାଜଙ୍କର ଏଇ ଯାତ ବଡ଼
ଚତୁର୍ଦ୍ଦଶ ଯାତ ଭିତରେ

ହୋ, ଚଇତ୍ର ମାସର ଅଶୋକାଷ୍ଟମୀ ଯେ
ପବିତ୍ର ସକଳ ତିଥିରେ
ହୋ, ଲିଙ୍ଗରାଜଙ୍କର ଏଇ ଯାତ ବଡ଼
ଚତୁର୍ଦ୍ଦଶ ଯାତ ଭିତରେ

ଏ ଜୀବନ ଏମିତିକା ଯାତ
ବେଳ ଯେବେ ବୁଡ଼ିଯାଏ
ଯାତରାଟା ଭାଙ୍ଗିଯାଏ

ଜାଣିଥା ଲୋ ମିତ

ଏ ଜୀବନ ରୁକୁଣା ରଥ
ହାଏ, ଏ ଜୀବନ ରୁକୁଣା ରଥ

ସେ ରଥରେ ବିଜେ ଶ୍ରୀଚନ୍ଦ୍ରଶେଖର
ବାସୁଦେବ ଆଉ ରୁକ୍ମିଣୀ
ରୁକ୍ମିଣୀ ନାମରେ ସେ ରୁକୁଣା ରଥ
କହୁଛି ପୁରାଣ କାହାଣୀ

ହୋ, ସେ ରଥରେ ବିଜେ ଶ୍ରୀଚନ୍ଦ୍ରଶେଖର
ବାସୁଦେବ ଆଉ ରୁକ୍ମିଣୀ
ହୋ, ରୁକ୍ମିଣୀ ନାମରେ ସେ ରୁକୁଣା ରଥ
କହୁଛି ପୁରାଣ କାହାଣୀ

ଏ ଜୀବନ ଏମିତିକା ପଥ
ଲୟ ରଖି ଚାଲୁଥିଲେ
ଶିବଙ୍କର କୃପା ମିଳେ

ଜାଣିଥା ଲୋ ମିତ

ଏ ଜୀବନ ରୁକୁଣା ରଥ
ହାଏ, ଏ ଜୀବନ ରୁକୁଣା ରଥ

ଅଣଲେଉଟା ଯେ ସେହି
ପଛକୁ ଫେରଇ ନାହିଁ
ଅଣଲେଉଟା ଯେ ସେହି
ପଛକୁ ଫେରଇ ନାହିଁ

ଜାଣିଥା ଲୋ ମିତ

ଏ ଜୀବନ ରୁକୁଣା ରଥ
ହାଏ, ଏ ଜୀବନ ରୁକୁଣା ରଥ



Credits
Writer(s): Prem Anand
Lyrics powered by www.musixmatch.com

Link