Alo Mana Mohini

ଆଲୋ, ଆଲୋ, ଆଲୋ, ଆଲୋ ମନମୋହିନୀ
କହ କେବେ ହବ ଆମ ପ୍ରେମ ବଇନି
ହଁ, ଆଲୋ, ଆଲୋ, ଆଲୋ, ଆଲୋ ମନମୋହିନୀ
କହ କେବେ ହବ ଆମ ପ୍ରେମ ବଇନି

ହଁ, ଖା'ନି, ଖା'ନି, ଖା'ନି ରେ ଭାଉ
ଛ' ପଡା ପରା ନ ଦେଖି ନାଉ
ନାଇ ନାଇ ଦେବିନାହିଁ ତତେ line

ହଁ, ଆଲୋ, ଆଲୋ, ଆଲୋ, ଆଲୋ ମନମୋହିନୀ
କହ କେବେ ହବ ଆମ ପ୍ରେମ ବଇନି

ଚଗଲି ରୂପ ତୋର ଦେଖିଲେ ଟୋକାଙ୍କର
ହେଇଯିବ ଲୋ ପ୍ରେମଜ୍ୱର
ପାଦରେ କଳାସୂତା ବାନ୍ଧିଛି ମୁଁ ଜାଣିଥା
ଲାଗିବ ନାହିଁ କା ନଜର

ଆଲୋ ମୋ କିଆ ଫୁଲ, ଦେବି ଲୋ ପାନ ଖିଲ
ମାନିଯା ଆମ ଯୋଡି ଭଲ (ଯା')
ପ୍ରେମ ତୋ fevicol, ଲାଗିଲେ ନୁହେଁ ଭଲ
ଛାଡେନା କରେ କଲବଲ

ଦେଇଦେ, ଦେଇଦେ ଥରୁଟେ ମଉକା
ପ୍ରେମ ପଡ଼ିଆରେ ପିଟିବି ଚଉକା
ଛାତିରେ ମୋ ଦଳିଦେ ନି ଆଉ ଖଇନି

ହଁ, ଆଲୋ, ଆଲୋ, ଆଲୋ, ଆଲୋ ମନମୋହିନୀ
କହ କେବେ ହବ ଆମ ପ୍ରେମ ବଇନି

ବୟସ ରାଜପଥ, ପ୍ରେମିକ ଯାତାୟାତ
ଏଠି ରେ daily ଦୁର୍ଘଟଣା
Traffic police ହେବି, ତୋ ବାଟ ଜଗିଥିବି
ସବୁ କାଇଦା ମତେ ଜଣା

ଭଲ ତୁ ପାଉ ଯଦି, କେବେ କରିବୁ शादी
କହିଦେ ମାସ, ତିଥି, ବାର
କହିଲେ ଆଜି baby, card ମୁଁ ଛପେଇଦେବି
ଧରି ବୁଲୁଛି calender

କହନା, କହନା ହୃଦୟ ଦହନା
କଲବଲ ହବାକୁ ମନ ମୋ ଚାହେଁନା
ତୋ ପାଇଁ ଏ ମନ ମୋ control ହଉନି

ଆଲୋ, ଆଲୋ, ଆଲୋ, ଆଲୋ ମନମୋହିନୀ
କହ କେବେ ହବ ଆମ ପ୍ରେମ ବଇନି
ଆଲୋ, ଆଲୋ, ଆଲୋ, ଆଲୋ ମନମୋହିନୀ
କହ କେବେ ହବ ଆମ ପ୍ରେମ ବଇନି
ଆଲୋ, ଆଲୋ, ଆଲୋ, ଆଲୋ ମନମୋହିନୀ
କହ କେବେ ହବ ଆମ ପ୍ରେମ ବଇନି, ପ୍ରେମ ବଇନି



Credits
Writer(s): Malaya Mishra
Lyrics powered by www.musixmatch.com

Link