Prema Nuhen Pila Khela

ହାଁ-ଆ-ଆ-ଆ-ଆ-ଆ
ଆ-ଆ-ଆ-ଆ-ଆ-ଆ

କେବେଦିନେ ଚାଲୁଥିଲେ
ହାତଧରି ସାଥି ହୋଇ
ସେ ଦିନର କଥାସବୁ
ରହିଗଲା ସ୍ମୃତି ହୋଇ

ସେଇ ସ୍ମୃତି, ସାରା ରାତି
ମନେପଡ଼େ ଗୋଟିଗୋଟି
ଭୁଲିଗଲି ମୋ ପାଇଁ ଭଲ କଣ

ପ୍ରେମ ନୁହେଁ ପିଲାଖେଳ ମନ ଇଚ୍ଛା ଭାଙ୍ଗିଦବ
ମନ ନୁହେଁ ଖେଳନାଟେ ଭାଙ୍ଗିସାରି ଫିଙ୍ଗିଦବ
ପ୍ରେମ ନୁହେଁ ପିଲାଖେଳ ମନ ଇଚ୍ଛା ଭାଙ୍ଗିଦବ
ମନ ନୁହେଁ ଖେଳନାଟେ ଭାଙ୍ଗିସାରି ଫିଙ୍ଗିଦବ

ପିଲାଦିନ ସାଥି ତୁ ମୋର
କହୁଥିଲୁ କଥା ମତେ ନିଜ
କିଏ ଜାଣିଥିଲା ମୋ ପ୍ରେମ
ଦିନେ ମୋ ପାଇଁ ହବ କଳଙ୍କ

ପାପ କି ପୁଣ୍ୟ ମୁଁ ବୁଝେନାହିଁ କିଛି
ପବିତ୍ର ମୋ ପ୍ରେମ ଆଜି ଯାଏଁ ଅଛି
ହାଏ କିବା କହ ଆଉ କି ଲାଭ?

ପ୍ରେମ ନୁହେଁ ପିଲାଖେଳ ମନ ଇଚ୍ଛା ଭାଙ୍ଗିଦବ
ମନ ନୁହେଁ ଖେଳନାଟେ ଭାଙ୍ଗିସାରି ଫିଙ୍ଗିଦବ
ପ୍ରେମ ନୁହେଁ ପିଲାଖେଳ ମନ ଇଚ୍ଛା ଭାଙ୍ଗିଦବ
ମନ ନୁହେଁ ଖେଳନାଟେ ଭାଙ୍ଗିସାରି ଫିଙ୍ଗିଦବ

ଅଧିକାର ଯାହାବି ଦେଲୁ ତୁ
ନିଜହାତେ ନେଲୁ ତୁ ଛଡ଼େଇ
ଯେତିକି ବି ଦେଇଛୁ ତୁ ପ୍ରେମ
ବହୁମୂଲ୍ୟ ଆଜି ମୋ ପାଇଁ

ଅନ୍ତରେ କାନ୍ଦୁଛି, ଓଠରେ ହସୁଛି
ମରଣ ଭିତରେ ଜୀବନ ଖୋଜୁଛି
କିଏ ଜାଣେ କେବେ ପୁଣି ଦେଖାହବ?

ପ୍ରେମ ନୁହେଁ ପିଲାଖେଳ ମନ ଇଚ୍ଛା ଭାଙ୍ଗିଦବ
ମନ ନୁହେଁ ଖେଳନାଟେ ଭାଙ୍ଗିସାରି ଫିଙ୍ଗିଦବ
ପ୍ରେମ ନୁହେଁ ପିଲାଖେଳ ମନ ଇଚ୍ଛା ଭାଙ୍ଗିଦବ
ମନ ନୁହେଁ ଖେଳନାଟେ ଭାଙ୍ଗିସାରି ଫିଙ୍ଗିଦବ



Credits
Writer(s): Biraja Prasad, Pramod Parida
Lyrics powered by www.musixmatch.com

Link