Kandhei Mo Jibana

କଣ୍ଢେଇ ପରା ମୋ ଜୀବନ
କିଛି ବି ନୁହେଁ ମୋ ଅଧୀନ
କଣ୍ଢେଇ ପରା ମୋ ଜୀବନ
କିଛି ବି ନୁହେଁ ମୋ ଅଧୀନ

ମୋ ଡୋରି ପରା ତୁମରି ହାତରେ
ଯେବେବି ଚାହିଁବ ଉଠେଇ ନବ ହେ
ଏ ପ୍ରାଣ ତୁମରି ଦାନ

ହେ ଚକାନୟନ
ହେ କଳାମୋହନ
ହେ ଚକାନୟନ
ହେ କଳାମୋହନ

ମାଟିର କଣ୍ଢେଇ, ମାଟିରେ ମିଶିବି
କାଇଁ ବା କରିବି ବୃଥା ଅଭିମାନ
ହଁ, ଥିଲେ ଥାଉ ଯେତେ ଧନ, ଯଶ, ଖ୍ୟାତି
ମଲା ପରେ ଖାଲି ଶୂନ ଆଉ ଶୂନ

ଖେଳନା ଟିଏ ମୁଁ ତୁମରି ହାତରେ
ଖେଳ ସରିଗଲେ ଉଠେଇ ନବ ହେ
ଯେବେ ସରିଯିବ ଦିନ

ହେ ଚକାନୟନ
ହେ କଳାମୋହନ
ହେ ଚକାନୟନ
ହେ କଳାମୋହନ

ମାୟାରେ ମୋହରେ ସବୁ ଲାଗେ ମୋର
ମୋହ କଟିଗଲେ ସବୁ ତୁଚ୍ଛ ପର
ହଁ, ନିଃଶ୍ୱାସ ଉପରେ ନାହିଁ ଅଧିକାର
ଯାଇ ସେ ଫେରୁଛି, କୃପା ହିଁ ତୁମର

ପ୍ରତିଟି ନିଃଶ୍ୱାସ ତୁମରି ଇଚ୍ଛାରେ
ପ୍ରତିଟି ସ୍ପନ୍ଦନ ତୁମ ଇଙ୍ଗିତରେ
ସବୁ ତୁମ ଇଛାଧିନ

ହେ ଚକାନୟନ
ହେ କଳାମୋହନ
ହେ ଚକାନୟନ
ହେ କଳାମୋହନ

କଣ୍ଢେଇ ପରା ମୋ ଜୀବନ
କିଛି ବି ନୁହେଁ ମୋ ଅଧୀନ
କଣ୍ଢେଇ ପରା ମୋ ଜୀବନ
କିଛି ବି ନୁହେଁ ମୋ ଅଧୀନ

ଯେମିତି ଚାହିଁବ, ସେମିତି ନାଚିବି
ଯୁଆଡ଼େ ଟାଣିବ ସେଆଡେ ମୁଁ ଯିବି
ସବୁ ତ ତୁମରି ଦାନ

ହେ ଚକାନୟନ
ହେ କଳାମୋହନ
ହେ ଚକାନୟନ
ହେ କଳାମୋହନ
ହେ ଚକାନୟନ
ହେ କଳାମୋହନ



Credits
Writer(s): Srikant Gautam, Suresh Panda
Lyrics powered by www.musixmatch.com

Link