Mo Dina Ratire (From "Premam")

ତୋ ଆଖିର ସହମତି
ତୋ ପାଖେ-ପାଖେ ବାନ୍ଧିରଖେ ମତେ ଏମିତି
ତୋ ଅଜଣା ଅନୁମତି
ମତେ ତୋ ମନର ଅଧିକାର ଦେଲା ଯେମିତି

ବୁଝିନି ମୁଁ ଆଜିଯାଏଁ
ତତେ କାହିଁକି ଏତେ ଚାହେଁ?
ମୋ ଦୁନିଆଁ ତୋ ପାଖରେ
ଅଟକିଛି କାହିଁ ତୁ କହରେ?

ମୋ ଦିନ ରାତିରେ (ମୋ ଦିନ ରାତିରେ)
ମୋ ସାଦା ସ୍ମୃତିରେ (ମୋ ସାଦା ସ୍ମୃତିରେ)
ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ (ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ)
ମୋ ଦିନ ରାତିରେ (ମୋ ଦିନ ରାତିରେ)
ମୋ ସାଦା ସ୍ମୃତିରେ (ମୋ ସାଦା ସ୍ମୃତିରେ)
ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ (ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ)

ଅଧାଗପ ମୁଁ ଥିଲି ଦିନେ
ମୋ ଜୀବନର ତୁ ହେଲୁ ମାନେ
ଦେଖୁ-ଦେଖୁ ମୁଁ ତତେ ଖାଲି
ଏ ସମୟ ଯାଉ ଚାଲି

ସମୟର ସୀମା ଡେଇଁ
ଚାଲୁଥିବି ମୁଁ ତତେ ନେଇ
କଥାଦେଲି ମୁଁ ତତେ ଛୁଇଁ
ସବୁଦିନ ଥିବି ତୋ ସାଥିରେ

ମୋ ଦିନ ରାତିରେ (ମୋ ଦିନ ରାତିରେ)
ମୋ ସାଦା ସ୍ମୃତିରେ (ମୋ ସାଦା ସ୍ମୃତିରେ)
ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ (ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ)
ମୋ ଦିନ ରାତିରେ (ମୋ ଦିନ ରାତିରେ)
ମୋ ସାଦା ସ୍ମୃତିରେ (ମୋ ସାଦା ସ୍ମୃତିରେ)
ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ (ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ)

ତୁନି-ତୁନି ମୋ ଥିଲା ଓଠ
ଭରିଦେଲୁ ମିଠା ଶବଦ
ସେ ଶବଦ ମୋ କାନ ପାଖେ
ତୋ ନାଆଁ ଧରି କାଇଁ ଡ଼ାକେ

ଭାବି ନ ଥିଲି କେବେ ପୁଣି
ଏତେ ଖୁସି ତୁ ଦେଲୁ ଆଣି
ପାରି ନ ଥାଆନ୍ତି ତାକୁ କିଣି
ରହିଲି ମୁଁ ଋଣୀ ତୋ ପାଖରେ

ମୋ ଦିନ ରାତିରେ (ମୋ ଦିନ ରାତିରେ)
ମୋ ସାଦା ସ୍ମୃତିରେ (ମୋ ସାଦା ସ୍ମୃତିରେ)
ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ (ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ)
ମୋ ଦିନ ରାତିରେ (ମୋ ଦିନ ରାତିରେ)
ମୋ ସାଦା ସ୍ମୃତିରେ (ମୋ ସାଦା ସ୍ମୃତିରେ)
ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ (ତୋ ଭାବନା ଚିହ୍ନା-ଚିହ୍ନା ଏତେ କାଇଁ ଲାଗେରେ)

ହେ-ଏ-ଏ



Credits
Writer(s): Bapu Goswami, Gaurav Anand
Lyrics powered by www.musixmatch.com

Link