Hrudaya Ra Gati

ହାଁ ହାଁ ହାଁ
ମୋ ହୃଦୟ ର ଗତି
ବଦଳେ କାଇଁ ଆଜି
ତୋ ଆଖି ର ଈଶାରେ
କହୁଚୁ ମତେ କିଛି
ମନ ଜମା ବୁଝେ ନାହିଁ
ଖୋଜେ ଖାଲି ତୋ ଛାଇ
ବୋଧେ ୟେ ପ୍ରେମ ରଙ୍ଗ
ମାଖିଦେଲୁ ତୁ ଆସି

ମୋ ସପନ ରେ ଆସି
ସଜେୟୀ ପ୍ରେମ ରାତି
ସେଇ ରାତି ର ପରସେ
ସାଜି ପ୍ରୀତି ର ସାଥି
କାହିଁ ଆଖି ବସିଥାଏ ତମ ବାଟ କୁ ଚାହିଁ
କିଛି ଜାଣି ନ ଜାଣି ବି ଆପଣ ର ଲାଗ କାହିଁ

ହେ ଆ
ହେ ଆ

ଧୀରେ ଧୀରେ ମୋ ଆଖି ତୋ ଆଖି କୁ ଦେଖୁଥିଲା
ଓଠ ତଳେ ଲୁଚିଥିବା ପ୍ରେମ ଭାଷା ଟିକିଏ ପଢୁଥିଲା
କାଜଲ ଭରା ନୟନେ ଆଙ୍କି ଦେଲୁ ତୁ ଯତନେ
ଛବିଟିଏ କହିଉଠେ କାହାଣୀ ଟେ ପ୍ରେମ ରେ
ସବୁକ୍ଷଣ ତମ ସହ ବସନ୍ତ ର ଦିଏ ପରିଚୟ
ଇନ୍ଦ୍ରଧନୁ ରଂଗିଯାଏ ଫଗୁଣ ର କଥା ନେୟୀ

ପାଦ ମୋର ଅକାରଣେ ତୋ ଗଲି ଆଡେ ଯାଉଛି
ସେଇ ଗଳି ଭିତରେ ମୁଁ ନିଜ ପାଇଁ ଘର ତୋଳୁଛି
ମନ ବଗିଚା ରେ ମୋର ତମେ ଗୋଟେ ପ୍ରେମ ଫୁଲ
ପ୍ରୀତି ଭରା ସୁଗନ୍ଧ ରେ ମହକୁଛି ମୋ ମନ

ନିଜେ ନିଜ କୁ ହଜାୟୀ ଆଶା ର ଡୋର ଦେଇ
ଅପେକ୍ଷା ରେ ବସିରହେ ଖାଲିଟାରେ ତତେ ଚାହିଁ



Credits
Writer(s): Subhrakanta Mishra
Lyrics powered by www.musixmatch.com

Link