Bhanga Aaina

ହୃଦୟ ରେ ତାକୁ ଆଉ ମନେ ପକାନା
ମନେ ପକେଇ ତାକୁ ତୁ ଲୁହ ଝରାନା

ହୋ, ହୃଦୟ ରେ ତାକୁ ଆଉ ମନେ ପକାନା
ମନେ ପକେଇ ତାକୁ ତୁ ଲୁହ ଝରାନା

ଦରଦୀ ଏ ମନ ତାକୁ ଭୁଲି ପାରେନା
ବେଦରଦୀ ହେଇ ମତେ ଆଉ ଜଳାନା

ଲୁଚେଇ ଲୁହକୁ ମୋର, ଗଢ଼ିଥିଲି କାଚଘର
ଲୁଚେଇ ଲୁହକୁ ମୋର, ଗଢ଼ିଥିଲି କାଚଘର
ସେଇ ଘର ଭାଙ୍ଗି ଆଜି ହେଲା ରେ ଚୁନା

ଭଙ୍ଗା ଆଇନା ରେ ସିଏ ଭଙ୍ଗା ଆଇନା
ସେଇ ଆଇନାରେ ମୁହଁ ଦେଖିବା ମନା
ଭଙ୍ଗା ଆଇନା ରେ ସିଏ ଭଙ୍ଗା ଆଇନା
ସେଇ ଆଇନାରେ ମୁହଁ ଦେଖିବା ମନା

ସମୟଟା ସ୍ୱାର୍ଥପର, ଅଭିନୟ ପ୍ରେମ ତାର
ଦୁନିଆଁ ଆଗରେ ମିଛ ପ୍ରେମିକ କଲା

ହୋ, ପ୍ରେମର ସେ ମରୀଚିକା, ସ୍ବପ୍ନ ଦେଇ ଦେଲା ଧୋକା
ହତଭାଗା ପ୍ରେମିକଟେ ଫାଶୀ ପାଇଲା

ମାୟାବିନୀ ମନ ତୋର, ଜାଳିଦେଲା ଖୁସି ମୋର
ମାୟାବିନୀ ମନ ତୋର, ଜାଳିଦେଲା ଖୁସି ମୋର
ମିଛେଇଟା ପାଇଁ ଆଉ ଲୁହ ଝରାନା

ଭଙ୍ଗା ଆଇନା ରେ ସିଏ ଭଙ୍ଗା ଆଇନା
ସେଇ ଆଇନାରେ ମୁହଁ ଦେଖିବା ମନା
ଭଙ୍ଗା ଆଇନା ରେ ସିଏ ଭଙ୍ଗା ଆଇନା
ସେଇ ଆଇନାରେ ମୁହଁ ଦେଖିବା ମନା

ମାଳିଟିଏ ହେଇଥିଲି, ଫୁଲର ମୁଁ ଯତ୍ନ ନେଲି
କାଗଜ ଫୁଲଟେ ବୋଲି ଜାଣି ନଥିଲି

ହୋ, ସବୁ ଫୁଲ ଯାଏନାହିଁ, ଈଶ୍ବରଙ୍କ ମଥା ପାଇଁ
ସେମିତି ତୋ ପ୍ରେମ ପାଇଁ ସିନ୍ଦୂର ମନା

ଅମାବାସ୍ୟା ଅନ୍ଧାରରେ, କେତେ ସ୍ମୃତି ଉଙ୍କି ମାରେ
ଅମାବାସ୍ୟା ଅନ୍ଧାରରେ, କେତେ ସ୍ମୃତି ଉଙ୍କି ମାରେ
କେମିତି ମୁଁ ସହିବି ରେ ଏତେ ଯନ୍ତ୍ରଣା?

ଭଙ୍ଗା ଆଇନା ରେ ସିଏ ଭଙ୍ଗା ଆଇନା
ସେଇ ଆଇନାରେ ମୁହଁ ଦେଖିବା ମନା
ଭଙ୍ଗା ଆଇନା ରେ ସିଏ ଭଙ୍ଗା ଆଇନା
ସେଇ ଆଇନାରେ ମୁହଁ ଦେଖିବା ମନା



Credits
Writer(s): R Chiku
Lyrics powered by www.musixmatch.com

Link