Au Kete Dina

ପାହି-ପାହି ଆସେ ରାତି, ସରି ଆସେ ଦିନ
ତୁମକୁ ଦେଖିବା ପାଇଁ ଖଜୁଛି ଏ ମନ

ଆଉ କେତେ ଦିନ? କେତେ ଦିନ?
କେତେ ଦିନ ପରେ ହବ ଆମ ମିଳନ?

ଫଗୁଣ ଆଣିଛି ପରା ମଳୟ-ପବନ
ହୃଦୟ ଦେଇଛି ତୁମ, ମତେ ନିମନ୍ତ୍ରଣ

ଯାଉ କିଛିଦିନ, କିଛିଦିନ
କିଛିଦିନ ପରେ ହବ ଆମ ମିଳନ

ଭାବୁଛି ମୁଁ ତୋମ କଥା ବସି ରାତି ଦିନ
ତୁମେ ମୋର ଜହ୍ନ-ରାତି, ତୁମେ ସପନ
ତୁମ ପ୍ରେମ ପାଇବାକୁ ବିକଳ ଏ ମନ
ଜାଳିଦିଏ ତୁମ ପ୍ରେମ, ମିଠା ଦହନ

ଯାଉ କିଛିଦିନ, କିଛିଦିନ
ଯାଉ କିଛିଦିନ, କିଛିଦିନ
କିଛିଦିନ ପରେ ହବ ଆମ ମିଳନ

ପୁନେଇଁର ଜହ୍ନ ଆଣେ ଶୀତଳ କିରଣ
ସେ କିରଣ ମିଠାଲାଗେ ଥିଲେ ଫଗୁଣ
ବାସ୍ନା ଖେଳିଯାଏ ଦେହେ ବାଜିଲେ ପବନ
ଡେରି ଜମା କର ନାହିଁ ବୁଝେ ନାଁ ମନ

ଆଉ କେତେ ଦିନ? କେତେ ଦିନ?
ଯାଉ କିଛିଦିନ, କିଛିଦିନ
କିଛିଦିନ ପରେ ହବ ଆମ ମିଳନ



Credits
Writer(s): Bibhun Kumar Sahoo, Chinmay Dash, Niranjan Panda
Lyrics powered by www.musixmatch.com

Link