Nirola E Janha Tale

ମୋ ହୃଦୟର ପରିଭାଷା ସାଇତିଛି ମିଠା ଆଶା
କେମିତି ଭରିବି କହ
ମୋ ନୀରବନା ଭାବ ଚିରି ତୋ ପ୍ରେମ ସତ୍ତା ଆସେ ଝରି
କେମିତି ବୁଝିବି କହ?

ବରଷା ଯେ ମାଟିକୁ ଯାଏ ଛୁଇଁ
ଦିଶେ ସେଠି ତୋ ମୁହଁ ମତେ କାହିଁ?
ଇଚ୍ଛା ତତେ ଭେଟିବାକୁ ମୋ ନଜର ଆଡୁଆଳେ

ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ
ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ
ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ
ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ

ଆକାଶ ଛାତିରେ ବିଜୁଳି ଉଇଁଲେ ରହିଯିବା ପାଖା-ପାଖି
ରାତିର ଅନ୍ଧାର ଚୋରେଇ, ଆଣି ତୋ କଜଳେ ଦେବି ମାଖି
ଜହ୍ନ ଛାଇ ତଳେ ଭିଜୁଥିବା ଦୁହେଁ, ନଜରରେ ମୁହାଁମୁହିଁ
ତୋ ଛାତି ସାହାରା ମଥାରେ ରଖି ମୋ ସବୁ ଡର ଦେବି ଧୋଇ

ପବନ ଯେ ଫୁଲକୁ ଯାଏ ଛୁଇଁ
ପାରେ ତୋର ମହକ ସେଥି କାହିଁ?
ତୋ ସାଥିରେ ଚାଲିବାକୁ ନୀତି ପ୍ରେମ ସଞ୍ଜ ଜାଳେ

ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ
ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ
ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ
ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ

ପ୍ରେମ ଜ୍ୟାମିତିର ସରଳ ରେଖା ତୋ, इशारा ରେ କଲୁ ଗୁଣୀ
କୁଆଁରୀ ମନରେ ଆଙ୍କିଦେ ଏ ପ୍ରେମ ହୃଦୟେ ରଖିଲୁ ଟାଣି
ଶରତ ଋତୁର କାଶତଣ୍ଡି ପରି ହସିଦଉ ଦେଖି ଯେବେ
ନିଦ ଗାଳିଚାରେ ତୋ ନାଁ ଅକ୍ଷର, ବୁଣି ହେଇଯାଏ ସେବେ

ଭାବନା ଯେ ସତକୁ ଯାଏ ଛୁଇଁ
ଲେଖେ ଖାଲି କବିତା ତୋ ପାଇଁ
ସ୍ମୃତି ସେଇ ଭାବନାର ମୋ ତାରିଖରେ ବଦଳେ

ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ
ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ
ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ
ଚାଲ୍ ଚୁପଚାପ୍ କଥା ହେବା ନିରୋଳା ଏ ଜହ୍ନ ତଳେ



Credits
Writer(s): Ashrit Mohapatra, Avinna Sundar
Lyrics powered by www.musixmatch.com

Link