Niara Tanka Kahani (feat. Jitendra Jena)

ଆଗରେ ବଳିଆ ପଛରେ କାଳିଆ ମଝିରେ ସୁନା ଭଉଣୀ
ନିଆରା ତାଙ୍କ କାହାଣୀ ହୋ
ନିଆରା ତାଙ୍କ କାହାଣୀ
ଆଗରେ ବଳିଆ ପଛରେ କାଳିଆ ମଝିରେ ସୁନା ଭଉଣୀ
ନିଆରା ତାଙ୍କ କାହାଣୀ
ନିଆରା ତାଙ୍କ କାହାଣୀ
ବଡ଼ଦାଣ୍ଡେ ରଥ ଗଡୁଥିବ ଶଙ୍ଖ ହୁଳହୁଳି ପଡୁଥିବ
ବଡ଼ଦାଣ୍ଡେ ରଥ ଗଡୁଥିବ ଶଙ୍ଖ ହୁଳହୁଳି ପଡୁଥିବ
ନଉଥିବ ଭକତଙ୍କ ମନକୁ କିଣି
ନିଆରା ତାଙ୍କ କାହାଣୀ
ନିଆରା ତାଙ୍କ କାହାଣୀ
ଆଗରେ ବଳିଆ ପଛରେ କାଳିଆ ମଝିରେ ସୁନା ଭଉଣୀ
ନିଆରା ତାଙ୍କ କାହାଣୀ ହୋ
ନିଆରା ତାଙ୍କ କାହାଣୀ

ଶ୍ରୀ ଗୁଣ୍ଡିଚା ଦିନ କେତେ ଯେ ଭକତ
ଆସନ୍ତି ପୁରୀ କୁ ଟାଣିବାକୁ ରଥ

ଶ୍ରୀ ଗୁଣ୍ଡିଚା ଦିନ କେତେ ଯେ ଭକତ
ଆସନ୍ତି ପୁରୀ କୁ ଟାଣିବାକୁ ରଥ
ମିଳେନା ସଭିଙ୍କୁ ଏମିତି ସୁଯୋଗ
ମିଳେ ତ ଯାହାକୁ ସେ ତ ତାର ଭାଗ୍ୟ

ରଥର ଦଉଡ଼ି ଧରିହାତେ ଭକ୍ତ ଚାଲୁ ଥିବେ ରଥ ସାଥେ
ରଥର ଦଉଡ଼ି ଧରିହାତେ ଭକ୍ତ ଚାଲୁ ଥିବେ ରଥ ସାଥେ
କାଳିଆ ର ଏତେ ଭକ୍ତ ହୁଏନା ଗଣି
ନିଆରା ତାଙ୍କ କାହାଣୀ ହୋ
ନିଆରା ତାଙ୍କ କାହାଣୀ
ଆଗରେ ବଳିଆ ପଛରେ କାଳିଆ ମଝିରେ ସୁନା ଭଉଣୀ
ନିଆରା ତାଙ୍କ କାହାଣୀ
ନିଆରା ତାଙ୍କ କାହାଣୀ

ଯାଏ ସେ କାଳିଆ ମାଉସୀ ଘରକୁ
ସାଙ୍ଗରେ ନେଇ ତାର ଭାଇ ଭଉଣୀଙ୍କୁ

ଯାଏ ସେ କାଳିଆ ମାଉସୀ ଘରକୁ
ସାଙ୍ଗରେ ନେଇ ତାର ଭାଇ ଭଉଣୀଙ୍କୁ
କୁଣିଆ ହୁଅନ୍ତି ନଅ ଦିନ ପାଇଁ
ମାଆ କମଳା ଙ୍କୁ ଏକା ଛାଡ଼ି ଦେଇ

ଶ୍ରୀମନ୍ଦିର ଲାଗେ ଖାଲି ଖାଲି ପାଖରେ ନାହାଁନ୍ତି ପ୍ରଭୁ ବୋଲି
ଶ୍ରୀମନ୍ଦିର ଲାଗେ ଖାଲି ଖାଲି ପାଖରେ ନାହାଁନ୍ତି ପ୍ରଭୁ ବୋଲି
ତିନି ଦିଅଁ ବାହୁଡା଼ କୁ ଅପେକ୍ଷା ପୁଣି
ନିଆରା ତାଙ୍କ କାହାଣୀ
ନିଆରା ତାଙ୍କ କାହାଣୀ
ଆଗରେ ବଳିଆ ପଛରେ କାଳିଆ ମଝିରେ ସୁନା ଭଉଣୀ
ନିଆରା ତାଙ୍କ କାହାଣୀ ହୋ
ନିଆରା ତାଙ୍କ କାହାଣୀ ହୋ
ନିଆରା ତାଙ୍କ କାହାଣୀ



Credits
Writer(s): Anoj Sahu
Lyrics powered by www.musixmatch.com

Link