Tu Dine Kandibu Mo Pain Semiti

ଦେଖିଥିଲୁ ପ୍ରେମ ମୋ, ତୁ ଦେଖିବୁ ଘୃଣା
ଭାବୁଛୁ କି ଭୁଲିଯିବି ମୋ ଛାତି ଯନ୍ତ୍ରଣା
ଦେଖିଥିଲୁ ପ୍ରେମ ମୋ, ତୁ ଦେଖିବୁ ଘୃଣା
ଭାବୁଛୁ କି ଭୁଲିଯିବି ମୋ ଛାତି ଯନ୍ତ୍ରଣା?

ତୋ ପାଇଁ ଯେମିତି ଆଜି କାନ୍ଦେ ମୁଁ ବସି

ତୁ ଦିନେ କାନ୍ଦିବୁ ମୋ ପାଇଁ ସେମିତି
ତୋ କାନ୍ଦ ଦେଖିକି ଛାତି ହବ ଲୋ ଶାନ୍ତି

ଭାବିଛୁ କି ଧୋକା ଦେଇ ରହିବୁ କି ତୁ ଶାନ୍ତିରେ?
ସବୁ ଖୁସି ଭାସିଯିବ ତୋର ମୋ ଛାତି କୋହରେ
ହୋ, ପ୍ରେମ ମୋତେ କରୁଥିଲୁ ଦେହ ସୁଖ ପାଇବାକୁ
ସ୍ୱାର୍ଥ ସରିଗଲା ପରେ ଆଜି ଜାଳିଲୁ ଛାତିକୁ

ତୋ ପାଇଁ ଜଳୁଚି ଆଜି ନିରୀହ ଛାତି

ତୁ ଦିନେ କାନ୍ଦିବୁ ମୋ ପାଇଁ ସେମିତି
ତୋ କାନ୍ଦ ଦେଖିକି ଛାତି ହବ ଲୋ ଶାନ୍ତି

କହିଥିଲେ ଦେଇଥାନ୍ତି ତୋ ପାଇଁ ମୁଁ ଜୀବନ
ଥରୁଟିଏ ଭାବିଲୁନି କେବେ ଭାଙ୍ଗିଲୁ ସପନ
ହୋ, ଭୁଲିବାକୁ ଚାହିଁଲେବି ମୁଁ ପାରୁନି ଲୋ ଭୁଲି
ମୋତେ ଧୋକା ଦେଇ ଆଜି ତୁ ହସୁ ଖିଲିଖିଲି

ମୁଁ ଆଜି କାନ୍ଦୁଚି ତୁ ଲୋ ହସୁ ଯେମିତି

ତୁ ଦିନେ କାନ୍ଦିବୁ ମୋ ପାଇଁ ସେମିତି
ତୋ କାନ୍ଦ ଦେଖିକି ଛାତି ହବ ଲୋ ଶାନ୍ତି



Credits
Writer(s): Bibhun Kumar Sahoo, Chinmay Dash, Pabitra Mohan Mohanty
Lyrics powered by www.musixmatch.com

Link