Adapa Mandape Sandhya Darshana

ଦେଖ, ଦେଖ, ଦେଖ
ଦେଖ, ଦେଖ, ଦେଖ

କି ସୁନ୍ଦର ମନଲୋଭା
କାଳିଆ କଳା ଶ୍ରୀମୁଖ
କାଳିଆ କଳା ଶ୍ରୀମୁଖ

ଆଡ଼ପ ମଣ୍ଡପେ ନବମୀ ସନ୍ଧ୍ୟା ଦର୍ଶନ
ସେ ଦର୍ଶନ ମିଳିଥିଲେ ତ ଭାଗ୍ୟ

ମିଳିଯାଏ ପରା ସ୍ୱର୍ଗ
ମିଳିଯାଏ ପରା ସ୍ୱର୍ଗ

ଜନ୍ମ ବେଦି, ଯଜ୍ଞ ବେଦି, ଆଡ଼ପ ମଣ୍ଡପ
ସେ ମଣ୍ଡପେ ତିନି ଦିଅଁ, କି ସୁନ୍ଦର ରୂପ
ଜନ୍ମ ବେଦି, ଯଜ୍ଞ ବେଦି, ଆଡ଼ପ ମଣ୍ଡପ
ସେ ମଣ୍ଡପେ ତିନି ଦିଅଁ, କି ସୁନ୍ଦର ରୂପ

ପତିତ ପାବନ କାଳିଆ କୃପା ସାଗର
କୃପା ବରଷଇ ଥିଲେଟି ଯୋଗ

ମିଳିଯାଏ ପରା ସ୍ୱର୍ଗ
ମିଳିଯାଏ ପରା ସ୍ୱର୍ଗ

ଶ୍ରୀମନ୍ଦିରେ ୧୦୦ ବର୍ଷ ଦର୍ଶନେ ଯା' ପୁଣ୍ୟ
ବେଶି ପୁଣ୍ୟ ମିଳେ କଲେ ଆଡ଼ପ ଦର୍ଶନ
ଶ୍ରୀମନ୍ଦିରେ ୧୦୦ ବର୍ଷ ଦର୍ଶନେ ଯା' ପୁଣ୍ୟ
ବେଶି ପୁଣ୍ୟ ମିଳେ କଲେ ଆଡ଼ପ ଦର୍ଶନ

ଚକାନୟନରେ ମିଶିଲେ ଚର୍ମ ନୟନ
ଧୋଇଯାଏ ସବୁ ପାପର ଦାଗ

ମିଳିଯାଏ ପରା ସ୍ୱର୍ଗ
ମିଳିଯାଏ ପରା ସ୍ୱର୍ଗ

ଦେଖ, ଦେଖ, ଦେଖ
ଦେଖ, ଦେଖ, ଦେଖ

କି ସୁନ୍ଦର ମନଲୋଭା
କାଳିଆ କଳା ଶ୍ରୀମୁଖ

ଜୟ ଜୟ ଜଗନ୍ନାଥ
ଜୟ ଜୟ ଜଗନ୍ନାଥ
ଜୟ ଜୟ ଜଗନ୍ନାଥ
ଜୟ ଜୟ ଜଗନ୍ନାଥ
ଜୟ ଜୟ ଜଗନ୍ନାଥ
ଜୟ ଜୟ ଜଗନ୍ନାଥ



Credits
Writer(s): Bipin Barik
Lyrics powered by www.musixmatch.com

Link