Premika Aau Mun Hebini

ହୋ-ହୋ-ଓ, ହୋ-ଓ
ହୋ-ହୋ-ଓ, ହୋ-ଓ

ତୋ ଘରବାଟ ଦେଇ ଯିବିନି, ଜମା ଯିବିନି
ତୋ ପରି ଝିଅକୁ ମନ ଦେବିନି, ଜମା ଦେବିନି
ହୋ, ତୋ ଘରବାଟ ଦେଇ ଯିବିନି, ଜମା ଯିବିନି
ତୋ ପରି ଝିଅକୁ ମନ ଦେବିନି, ଜମା ଦେବିନି

ଦେଇଥିଲି ବୋଲି ତୋତେ ମନ
ଦେଲୁ ତାର ଭଲ ପ୍ରତିଦାନ

ବୁଝେଇ ଦେଇଛି ଅବୁଝା ମନକୁ
ପ୍ରେମିକ ଆଉ ମୁଁ ହେବିନି, ଜମା ହେବିନି

ତୋ ଘରବାଟ ଦେଇ ଯିବିନି, ଜମା ଯିବିନି
ତୋ ପରି ଝିଅକୁ ମନ ଦେବିନି, ଜମା ଦେବିନି

ପ୍ରେମ ଥିଲା ଦିନେ ମୋ ପାଇଁ ପୂଜା
ସେଇ ପ୍ରେମ ପାଇଁ ପାଏ ମୁଁ सज़ा
ଖୁସିରେ କହୁଚୁ ତୁ ସବୁ ସହିଯା
ମୋ ଦୁନିଆଁରେ ଥିଲି ମୁଁ ରଜା
ତୋ ଦୁନିଆଁ ଆଜି ଦେଖୁଛି ମଜା
ହସିକି କହୁଛୁ ତୁ ଲୁହ ପିଇଯା

ଦିଆ-ନିଆ ଏଇ ଦୁନିଆରେ
ସଚ୍ଚା ପ୍ରେମକୁ କୁ ବା କେ ପଚାରେ

ବୁଝେଇ ଦେଇଛି ଅଝଟ ମନକୁ
ତୋ ପାଇଁ ପାଗଳ ହେବିନି, ଜମା ହେବିନି

ତୋ ଘରବାଟ ଦେଇ ଯିବିନି, ଜମା ଯିବିନି
ତୋ ପରି ଝିଅକୁ ମନ ଦେବିନି, ଜମା ଦେବିନି

ଗାଉଥିଲି ଦିନେ ତୋ ପାଇଁ ଗୀତ
ଭାବି ନେଇଥିଲି ସ୍ୱପ୍ନକୁ ସତ
ସେ ସ୍ବପ୍ନ ପାଦରେ ତୁ ଦେଲୁ ଆଡେଇ
ଓ, ନିଜଆଡୁ ଆଗେ ବଢ଼େଇ ହାତ
ପୁରା କରିନେଲୁ ତୋ ନିଜ ସ୍ୱାର୍ଥ
ଛାତିରୁ କଲିଜା ମୋ ନେଲୁ ଛଡେଇ

ଦେବିନାହିଁ କେବେ ଅଭିଶାପ
କରିବୁ ତୁ ଦିନେ ଅନୁତାପ

ବୁଝେଇ ଦେଇଛି ବିଚରା ମନକୁ
ତୋ ପାଇଁ ବିକଳ ହେବିନି, ଜମା ହେବିନି

ତୋ ଘରବାଟ ଦେଇ ଯିବିନି, ଜମା ଯିବିନି
ତୋ ପରି ଝିଅକୁ ମନ ଦେବିନି, ଜମା ଦେବିନି
ତୋ ଘରବାଟ ଦେଇ ଯିବିନି, ଜମା ଯିବିନି
ତୋ ପରି ଝିଅକୁ ମନ ଦେବିନି, ଜମା ଦେବିନି



Credits
Writer(s): Biraja Prasad, Pramod Parida
Lyrics powered by www.musixmatch.com

Link