Tini Handi Kari Adhara Panaa

ସିଂହଦ୍ଵାରେ ଦେଖ ଦକ୍ଷିଣ ମୁହାଁ
ତିନି ରଥେ ତିନି ଦିଅଁ
ତିନି ହାଣ୍ଡି କରି ଅଧର ପଣା
ଭୋଗ ସାଥେ ବାଢ଼ି ଦିଅ

ସିଂହଦ୍ଵାରେ ଦେଖ ଦକ୍ଷିଣ ମୁହାଁ
ତିନି ରଥେ ତିନି ଦିଅଁ
ତିନି ହାଣ୍ଡି କରି ଅଧର ପଣା
ଭୋଗ ସାଥେ ବାଢ଼ି ଦିଅ

ଚାହିଁ ରହିଛନ୍ତି ଯେତେ ପାର୍ଶ୍ଵ ଦେବାଦେବୀ
ଚାହିଁ ରହିଛନ୍ତି ଯେତେ ପାର୍ଶ୍ଵ ଦେବାଦେବୀ
ଚାହିଁଛନ୍ତି ପୁଣି ଚଣ୍ଡୀଚାମୁଣ୍ଡା ଯେ
ପ୍ରସନ୍ନ ଯେ କରେଇଦିଅ

ସିଂହଦ୍ଵାରେ ଦେଖ ଦକ୍ଷିଣ ମୁହାଁ
ତିନି ରଥେ ତିନି ଦିଅଁ
ତିନି ରଥେ ତିନି ଦିଅଁ

ପାଣିଆ ପଟ ଆଣି
ଦେଲେ କ୍ଷୀରଛେନା ପାଣି
କେତେ ପରକାର ଦ୍ରବ୍ୟ ଦେଲେ ଯୋଗାଡ଼ି

ମହାସୁଆରି ଯେ ଦେଖ
କଲେ ତ ପଣା ପ୍ରସ୍ତୁତ
ଅଧର ଯାଏ ସେ ପଣା ଦେବେତ ବାଢ଼ି

ପଣା ବାଢ଼ିସାରି ରଥର ଉପରେ
ତିନିହାଣ୍ଡି ବାଡ଼େଇ ଦିଅ

ସିଂହଦ୍ଵାରେ ଦେଖ ଦକ୍ଷିଣ ମୁହାଁ
ତିନି ରଥେ ତିନି ଦିଅଁ
ତିନି ରଥେ ତିନି ଦିଅଁ

ଶ୍ରୀମନ୍ଦିର କରି ଖାଲି, ଯାଇଥିଲେ ରଥେ ବୁଲି
ବରଷକେ ଥରେ ପରା ତିନି ଠାକୁର
ଆସିବା ବେଳେ ସେ ଫେରି, ବାଟ ସାରା କିଏ କେତେ?
ନିଶ୍ଚୟ ପକେଇଥିବେ ତାଙ୍କୁ ନଜର

ଶ୍ରୀମନ୍ଦିରେ ପୁଣି ଫେରିବା ଆଗରୁ
ସେ ନଜର ଛଡ଼େଇ ଦିଅ

ସିଂହଦ୍ଵାରେ ଦେଖ ଦକ୍ଷିଣ ମୁହାଁ
ତିନି ରଥେ ତିନି ଦିଅଁ
ତିନି ହାଣ୍ଡି କରି ଅଧର ପଣା
ଭୋଗ ସାଥେ ବାଢ଼ି ଦିଅ
ତିନି ରଥେ ତିନି ଦିଅଁ
ଭୋଗ ସାଥେ ବାଢ଼ି ଦିଅ
ପ୍ରସନ୍ନ ଯେ କରିଦିଅ



Credits
Writer(s): Bipin Barik
Lyrics powered by www.musixmatch.com

Link