Kichi Bata Chali Puni - Lo-Fi Remix

ଲାଲା-ଲା-ଲା-ଲାଲା
ଲାଲା-ଲା-ଲା, ଆ-ଆ-ଆ
ଲାଲା-ଲା-ଲା-ଲାଲା
ଲାଲା-ଲା-ଲା, ଆ-ଆ-ଆ

କିଛି ବାଟ ଚାଲି ପୁଣି ଫେରିଯିବି ଭାବିଥିଲି
ହେଲେ ସଞ୍ଜ ନଇଁଯିବ, ଭାବିନଥିଲି
ଗୋଟେ ରାତି ପାଇଁ ଖାଲି ଦୀପଟିଏ ଜାଳିଥିଲି
ହେଲେ ହାତ ଜଳିଯିବ, ଜାଣିନଥିଲି

କେତେ ମିଠା କଥା ଥିଲା, କିଛି-କିଛି କହିହେଲା
ଆଉ କିଛି ରହିଗଲା

ଏ କାହାଣୀ ଏମିତିକା ଶେଷ ହେବ ଜାଣିଥିଲି
ହେଲେ ଆଖି ଭିଜିଯିବ ଜାଣିନଥିଲି

ମୋ ମନର ଏଇ ସାଧା କାଗଜରେ, ଆଙ୍କୁ-ଆଙ୍କୁ ଛବିଟିଏ
ଯେତେ ସବୁ ରଙ୍ଗ ଥିଲା, ହେଇଗଲା ଶେଷ
ଛୁଇଁଦେଲି ସେ ଛବିକୁ ଆଖି ବୁଜି, ଜୀବନ ସେ ପାଇଗଲା
ଚାହୁଁ-ଚାହୁଁ ହେଇଗଲା, ମୋ ମନ ମଣିଷ

ତା ସାଥିରେ ହସି-ଖେଳି, ନିଜକୁ ମୁଁ ଭୁଲିଗଲି
ମିଠା ଦିନ ସରିଗଲା

ଏ ଫଗୁଣ ଏମିତିକା ଛୁଇଁ ଯିବ ଜାଣିଥିଲି
ହେଲେ ସ୍ମୃତି ଛାଡିଯିବ, ଜାଣିନଥିଲି

ଲାଲା-ଲା-ଲା-ଲାଲା
ଲାଲା-ଲା-ଲା, ଆ-ଆ-ଆ
ଲାଲା-ଲା-ଲା-ଲାଲା
ଲାଲା-ଲା-ଲା, ଆ-ଆ-ଆ

ଦୁଷ୍ଟ ସେଇ ପୁଅ ସାଥେ ଗପୁ-ଗପୁ
ଚଗଲି ମୁଁ ହେଇଗଲି, ନିଜ ସୀମା ଡ଼େଇଁଗଲି
ପାରିଲିନି ଜାଣି

କୁହୁକ ସେ କଲା ବୋଧେ ମୋ ମନକୁ
ମତୁଆଲା ହେଇଗଲି, ନିଜ ସୀମା ଡେଇଁଗଲି
ନିଜେ ଜାଣି ଶୁଣି

ତା ପ୍ରେମର ମୌସୁମୀ, ଗଲା ବୋଧେ ମୋତେ ଚୁମି
ମହକ ସେ ଭରିଦେଲା

ଏ ମହକ ଏମିତିକା ଉଡ଼ିଯିବ ଜାଣିଥିଲି
ହେଲେ ଫୁଲ ଶୁଖିଯିବ, ଜାଣିନଥିଲି

କିଛି ବାଟ ଚାଲି ପୁଣି ଫେରିଯିବି ଭାବିଥିଲି
ହେଲେ ସଞ୍ଜ ନଇଁଯିବ, ଜାଣିନଥିଲି



Credits
Writer(s): Goodly Rath, Odia Visual
Lyrics powered by www.musixmatch.com

Link