Tumaku Dekhila Dinu

ତୁମକୁ ଦେଖିବା ଦିନୁ ପାଗଳ ଏ ନୟନଯୁଗଳ
ଆଉକିଛି ଦେଖିବାକୁ ନାହିଁ ଇଚ୍ଛା ବୁଡ଼ିଯାଏ ବେଳ

ତୁମ ସ୍ୱରେ ନିନାଦିତ ବୀଣାର ଝଙ୍କାର
ଇଛେ ନାହିଁ କର୍ଣ୍ଣ ଆଉ ଶୁଣିବାକୁ ଆନକଣ୍ଠ ସ୍ଵର

ତୁମକୁ ଦେଖିବା ଦିନୁ ପାଗଳ ଏ ନୟନଯୁଗଳ
ଆଉକିଛି ଦେଖିବାକୁ ନାହିଁ ଇଚ୍ଛା ବୁଡ଼ିଯାଏ ବେଳ

ତୁମ ପଦାପତେ ଧରା, ହୁଏ ସୁଶ୍ୟାମଳା
ଚାଲିରେ ଫୁଟଇ ପଦ୍ମ, ପିରତି ପୋଖଳା
ରୂପରେ ତୁମର ରମ୍ଭା, ମେନକା ଲଜ୍ଜିତ
ଶରୀର ସୁବାସେ ମଲ୍ଲି ହୁଏ ସ୍ତମ୍ଭିଭୂତ

ଭଲ ଠାରୁ ଭଲ ତୁମେ, ମଧୁ ଠୁ ମଧୁର
ରୂପ-ଗୁଣେ ତୁମ ସରି ହେବାପାଇଁ ସାଧ ନାହିଁ କାର

ତୁମକୁ ଦେଖିବି ଯାଇ ଚନ୍ଦ୍ରମା ବି ସରମରେ ଆକି
ତୁମ ରୂପ ଆକର୍ଷଣେ ମଧୁକର ଆସେ କି ପ୍ରେମକୁ ଉପେକ୍ଷି

ତୁମକୁ ଦେଖିବା ଦିନୁ ପାଗଳ ଏ ନୟନଯୁଗଳ
ଆଉକିଛି ଦେଖିବାକୁ ନାହିଁ ଇଚ୍ଛା ବୁଡ଼ିଯାଏ ବେଳ

ତୁମେ କିଗୋ ମାୟାବିନି ମାୟା ଜାଲେ ଛନ୍ଦିଛ ଜୀବନ?
ତୁମେ କିଗୋ ସ୍ୱର୍ଗ ଅପସରୀ କରିଅଛ ଧରାବତରଣ?
ତମ ମାୟା, ତମ ମୋହ ଭାବନାକୁ କରିଛି ଆଚ୍ଛନ୍ନ
କବିତାର ନିର୍ଝରଣୀ ପ୍ରିୟା ତମ ତୁମରି ହିଁ ଦାନ

ଆଷାଢ଼ର ମେଘ ଦେହେ ତୁମ ପ୍ରେମ ଚିରରଜସ୍ୱଳା
ତୁମରି ପ୍ରେମରେ ଦେଖ ଉଲ୍ଲସିତ ସସାଗରାଧରା

ତୁମ ସ୍ୱରେ ନିନାଦିତ ବୀଣାର ଝଙ୍କାର
ଇଛେ ନାହିଁ କର୍ଣ୍ଣ ଆଉ ଶୁଣିବାକୁ ଆନକଣ୍ଠ ସ୍ଵର

ତୁମକୁ ଦେଖିବା ଦିନୁ ପାଗଳ ଏ ନୟନଯୁଗଳ
ଆଉକିଛି ଦେଖିବାକୁ ନାହିଁ ଇଚ୍ଛା ବୁଡ଼ିଯାଏ ବେଳ



Credits
Writer(s): Prem Anand
Lyrics powered by www.musixmatch.com

Link