Kemiti Tu Bhuligalu Sikhei Dere

ଦୁଃଖନାହିଁ ପ୍ରିୟା ଆଜି ମୋ ମନରେ
ତୁ ଦେଲୁ ବୋଲି ଧୋକା
ତଥାପି କାହିଁକି ଭାରି ମନେପଡୁ?
କାନ୍ଦୁଛି ଆଜି ମୁଁ ଏକା

ହୋ, ଜାଣିଛି ମୋ ପାଇଁ ପ୍ରେମଥିଲା ପାପ
ତଥାପି ବୁଝୁନି ମନ
ତୋ ପାଇଁ ପ୍ରିୟା ହୃଦୟ କୋଣରେ
ଆଜିବି ବଞ୍ଚିଛି ପ୍ରେମ

ତୋ ଭଳି ହୃଦୟଟେ ଥିଲେ ମୋ ଛାତିରେ
ତୋ ଭଳି ହସୁଥାନ୍ତି ଭୁଲିଗଲା ପରେ
ତୋ ଭଳି ହୃଦୟଟେ ଥିଲେ ମୋ ଛାତିରେ
ତୋ ଭଳି ହସୁଥାନ୍ତି ଭୁଲିଗଲା ପରେ

ପ୍ରିୟାରେ, ପ୍ରିୟାରେ, ପ୍ରିୟାରେ

କେମିତି ତୁ ଭୁଲିଗଲୁ ଶିଖେଇ ଦେରେ?
ତତେ ଭୁଲିଗଲା ପରେ ବଞ୍ଚିବି ଖୁସିରେ
କେମିତି ତୁ ଭୁଲିଗଲୁ ଶିଖେଇ ଦେରେ?
ତତେ ଭୁଲିଗଲା ପରେ ବଞ୍ଚିବି ଖୁସିରେ

ଦେହରେ ହୃଦୟ, ହୃଦୟରେ ପ୍ରେମ
ଦିନେ ଥିଲା ତୋ ପାଇଁ
ଆଜି ସେ ହୃଦୟ ତତେ ଝୁରି-ଝୁରି
ଗଲାଣି ପଥର ହେଇ

ହୋ, ଆଖିରେ ସପନ, ସପନରେ ପ୍ରିୟା
ତୁ ଆସୁଥିଲୁ ଦିନେ
ଆଜି ସେ ସପନ ଲୁହ ହେଇ ବହେ
ଅତୀତର ସ୍ମୃତି ଚିହ୍ନେ

ତୋ ଭଳି ମନଟିଏ ଥିଲେ ମୋ ପାଖରେ
ଝୁରି ମୁଁ ନ ଥାଆନ୍ତି ତତେ ଭୁଲିଗଲା ପରେ
ତୋ ଭଳି ମନଟିଏ ଥିଲେ ମୋ ପାଖରେ
ଝୁରି ମୁଁ ନ ଥାଆନ୍ତି ତତେ ଭୁଲିଗଲା ପରେ

ପ୍ରିୟାରେ, ପ୍ରିୟାରେ, ପ୍ରିୟାରେ

କେମିତି ତୁ ଭୁଲିଗଲୁ ଶିଖେଇ ଦେରେ?
ତତେ ଭୁଲିଗଲା ପରେ ବଞ୍ଚିବି ଖୁସିରେ
କେମିତି ତୁ ଭୁଲିଗଲୁ ଶିଖେଇ ଦେରେ?
ତତେ ଭୁଲିଗଲା ପରେ ବଞ୍ଚିବି ଖୁସିରେ

କଣ୍ଟାର ବାଟରେ ପାଦ ପକେଇଛି
କାହାକୁ ଦେବି ମୁଁ ଦୋଷ?
ଲୁହ ଶ୍ରାବଣରେ ଆଖି ମୋର ଭିଯେ
ତଥାପି ମେଣ୍ଟୁନି ଶୋଷ

ହାଏ, କାଚ ଆଇନାଟେ ଭାବି ହୃଦୟକୁ
ଭାଙ୍ଗି କରିଦେଲି ଚୁନା
ନିଶ୍ୱାର୍ଥ ମନରେ ଭଲ ପାଉଥିଲି
ମୋ ସାଥେ କଲୁ ଛଳନା

ତୋ ଭଳି ଜୀବନଟେ ଥିଲେ ମୋ ଦେହରେ
ତୋ ଭଳି ବଞ୍ଚୁଥାଆନ୍ତି ଭୁଲିଗଲା ପରେ
ତୋ ଭଳି ଜୀବନଟେ ଥିଲେ ମୋ ଦେହରେ
ତୋ ଭଳି ବଞ୍ଚୁଥାଆନ୍ତି ଭୁଲିଗଲା ପରେ

ପ୍ରିୟାରେ, ପ୍ରିୟାରେ, ପ୍ରିୟାରେ

କେମିତି ତୁ ଭୁଲିଗଲୁ ଶିଖେଇ ଦେରେ?
ତତେ ଭୁଲିଗଲା ପରେ ବଞ୍ଚିବି ଖୁସିରେ
କେମିତି ତୁ ଭୁଲିଗଲୁ ଶିଖେଇ ଦେରେ?
ତତେ ଭୁଲିଗଲା ପରେ ବଞ୍ଚିବି ଖୁସିରେ (ଆ-ଆ-ଆ)
କେମିତି ତୁ ଭୁଲିଗଲୁ ଶିଖେଇ ଦେରେ? (ଆ-ଆ-ଆ)
ତତେ ଭୁଲିଗଲା ପରେ ବଞ୍ଚିବି ଖୁସିରେ (ଆ-ଆ-ଆ)



Credits
Writer(s): Bibhun Kumar Sahoo, Chinmay Dash, Pabitra Mohan Mohanty
Lyrics powered by www.musixmatch.com

Link