Pani Bhara Nei Jiba Shiva Dhama

ଜୟ-ଜୟ-ଜୟ ଭୋଲେବାବା
ଆରେ, ପାଣିଧରି ଚାଲ ଯିବା
(ଭୋଲାଶଙ୍କର)
(ଭୋଲାଶଙ୍କର)
(ଭୋଲାଶଙ୍କର)
(ଭୋଲେ-ଭୋଲେ ଭୋଲାଶଙ୍କର)

ଧାଡ଼ି ହେଇ ଆମେ ଚାଲିବା
ଆରେ କାଉଡ଼ିଆ ଭାଇ
ମାନସିକ ମନେ ରଖିକି
ପାଣିଭାର ଯିବା ନେଇ

ଆରେ, ଧାଡ଼ି ହେଇ ଆମେ ଚାଲିବା
ଆରେ କାଉଡ଼ିଆ ଭାଇ
ହଁ, ମାନସିକ ମନେ ରଖିକି
ପାଣିଭାର ଯିବା ନେଇ

ତାକୁ ଭାବ ଭକ୍ତିରେ ଯଦି ଖୋଜିବ
ମନ ଜାଣିକି ବର ସେ ଦବ
ଦୟାର ଠାକୁର ପରାରେ

ପାଣିଭାର ଧରି କାନ୍ଧରେ
ବାବାଧାମ ଆମେ ଯିବା ରେ
ପୁଣ୍ୟକଳସୀର ଜଳକୁ
ତା ମଥାରେ ଢ଼ାଳି ଦବା ରେ
ହଁ, ପାଣିଭାର ଧରି କାନ୍ଧରେ
ବାବାଧାମ ଆମେ ଯିବା ରେ

ରୁଦ୍ରାକ୍ଷଧାରି ସେ ରୁଦ୍ର ମହାପ୍ରଭୁ
ତାଙ୍କ କରୁଣା ଅପାର
ଶ୍ମଶାନବାସି ହେ, ତୁମେ ଜଟାଧାରି
ତୁମ ପାଦେ କୋଟି ଜୁହାର

ଶୁଣ-ଶୁଣ, ରୁଦ୍ରାକ୍ଷଧାରି ସେ ରୁଦ୍ର ମହାପ୍ରଭୁ
ତାଙ୍କ କରୁଣା ଅପାର
ଶ୍ମଶାନବାସି ହେ, ତୁମେ ଜଟାଧାରି
ତୁମ ପାଦେ କୋଟି ଜୁହାର

ଭକତର ପାପ ନାସିବା ପାଇଁକି
ଜଟାରୁ ଝରାଅ ଗଙ୍ଗା
ସତ୍ୟ ପାଇଁ ତୁମେ ପ୍ରଭୁ ସନାତନ
ଅସତ୍ୟ ପାଇଁ ମହଙ୍ଗା

ତୁ ଶିବ ପ୍ରେମରେ ପଡ଼ିଲେ ଥରେ
ପାପର ଛାୟା ଦୂର ହବ ରେ
ଦୟାର ଠାକୁର ସିଏ ରେ

ପାଣିଭାର ଧରି କାନ୍ଧରେ
ବାବାଧାମ ଆମେ ଯିବା ରେ
ପୁଣ୍ୟକଳସୀର ଜଳକୁ
ତା ମଥାରେ ଢ଼ାଳି ଦବା ରେ
ହଁ, ପାଣିଭାର ଧରି କାନ୍ଧରେ
ବାବାଧାମ ଆମେ ଯିବା ରେ

ମାଟିଲିଙ୍ଗ ଆମେ ଗଢ଼ିବା ରେ ଭାଇ
ସ୍ୱଚ୍ଛଳ ମନରେ ଯାଇ
ଶିବଙ୍କ ମଥାରେ ଦୁଦୁରା ଫୁଲକୁ
ଦବା ରେ ଆମେ ସଜେଇ

ହୋ, ମାଟିଲିଙ୍ଗ ଆମେ ଗଢ଼ିବା ରେ ଭାଇ
ସ୍ୱଚ୍ଛଳ ମନରେ ଯାଇ
ଶିବଙ୍କ ମଥାରେ ଦୁଦୁରା ଫୁଲକୁ
ଦବା ରେ ଆମେ ସଜେଇ

ପାଦ ଟାଣିନବ ଶିବଙ୍କ ଧାମକୁ
ନଥିବ ରେ କିଛି ଭୋକ
ଜଗତ କଲ୍ୟାଣ କରିବେ ସେ ପରା
ଲଭିବେ ଦୁଃଖୀଙ୍କ ଦୁଃଖ

ସେ କପିଳେଶ୍ୱର, ଧବଳେଶ୍ଵର
ତାଙ୍କୁ ପ୍ରେମରେ ତୁମେ କର ଜୁହାର
ନୀଳକଣ୍ଠେଶ୍ଵର ପରା ରେ

ପାଣିଭାର ଧରି କାନ୍ଧରେ
ବାବାଧାମ ଆମେ ଯିବା ରେ
ପୁଣ୍ୟକଳସୀର ଜଳକୁ
ତା ମଥାରେ ଢ଼ାଳି ଦବା ରେ
ହଁ, ପାଣିଭାର ଧରି କାନ୍ଧରେ
ବାବାଧାମ ଆମେ ଯିବା ରେ

ହେ, ହେ, ହେ, ହେ, ହେ, ହେ, ହେ, ହେ
ଜୟ ଶିବଶଙ୍କର



Credits
Writer(s): R Chiku
Lyrics powered by www.musixmatch.com

Link