Sajani Uthaa Kaudi

ଆଜି ଆସିଛି-ଆସିଛି ସଜନୀ
ଶ୍ରାବଣର ଶୁଭ ସୋମବାର
ଆଜି ସକାଳୁ-ସକାଳୁ ଯିବାଲୋ
ପାଣିନେଇ ଶିବ ମନ୍ଦିର

(ଆଜି ଆସିଛି-ଆସିଛି ସଜନୀ)
(ଶ୍ରାବଣର ଶୁଭ ସୋମବାର)
(ଆଜି ସକାଳୁ-ସକାଳୁ ଯିବାଲୋ)
(ପାଣିନେଇ ଶିବ ମନ୍ଦିର)

ସେ ଭୋଳାଶଙ୍କର
କରୁଣାସାଗର
ତାଙ୍କରି କରୁଣା ହେଲେ ସବୁ ପାପ ଯିବ ଛାଡ଼ି

ଉଠା କାଉଡ଼ି
ଉଠା କାଉଡ଼ି
ଉଠା କାଉଡ଼ି
(ଉଠା କାଉଡ଼ି)
(ଉଠା କାଉଡ଼ି)
(ଉଠା କାଉଡ଼ି)
ଆଜି ଆସିଛି-ଆସିଛି ସଜନୀ
ଶ୍ରାବଣର ଶୁଭ ସୋମବାର

ଏ ମାସ ପୁଣ୍ୟର ମାସ
ପବିତ୍ର ଶ୍ରାବଣ ମାସ
ପୂଜାରେ ହୁଅନ୍ତି ତୋଷ
ମହାଦେବ ଆଶୁତୋଷ

ଏ ମାସେ ନଦୀର ଜଳ
ପବିତ୍ର ଯେ ଗଙ୍ଗା ପରି
ସେ ପାଣି ନେଇକି ଯିବା
ଶିବ ଅଭିଷେକ କରି

ଏ ସାରା ବିଶ୍ବର
ଶିବ ହିଁ ଈଶ୍ୱର
ଶିରେ ସେଇ ପାଣି ଢ଼ାଳି ପାଦ ତଳେ ଯିବା ଗଡ଼ି

ଉଠା କାଉଡ଼ି
ଉଠା କାଉଡ଼ି
ଉଠା କାଉଡ଼ି
(ଉଠା କାଉଡ଼ି)
(ଉଠା କାଉଡ଼ି)
(ଉଠା କାଉଡ଼ି)
ଆଜି ଆସିଛି-ଆସିଛି ସଜନୀ
ଶ୍ରାବଣର ଶୁଭ ସୋମବାର

ଶିବଯେ ଚନ୍ଦ୍ରଶେଖର
ଲିଙ୍ଗରାଜ, ଲୋକନାଥ
ଶିବ ହିଁ ସତ୍ୟସୁନ୍ଦର
ବିଶ୍ଵମୟ ବିଶ୍ଵନାଥ

କିଏସେ ବାନ୍ଧି ରଖିବ
ଲାଗିଲେ ଶିବଙ୍କ ଡୋରି
ଯିବାରେ ଶିବ ମନ୍ଦିର
ଗାଇ ଶିବା ପଞ୍ଚାକ୍ଷରି

ଶିବଙ୍କ ନାମରେ
ଶିବଙ୍କ ଧାମରେ
ମିଳେ ମୁକ୍ତି, ମିଳେ ମୋକ୍ଷ ମନପ୍ରାଣ ଦେଲେ ବାଢ଼ି

ଉଠା କାଉଡ଼ି
ଉଠା କାଉଡ଼ି
ଉଠା କାଉଡ଼ି
(ଉଠା କାଉଡ଼ି)
(ଉଠା କାଉଡ଼ି)
(ଉଠା କାଉଡ଼ି)
(ଉଠା କାଉଡ଼ି)
(ଉଠା କାଉଡ଼ି)
(ଉଠା କାଉଡ଼ି)
(ଉଠା କାଉଡ଼ି)
(ଉଠା କାଉଡ଼ି)
(ଉଠା କାଉଡ଼ି)



Credits
Writer(s): Bipin Barik
Lyrics powered by www.musixmatch.com

Link