Srabana Masa Somabara

ଶ୍ରାବଣ ମାସ ସୋମବାର
ସବୁ ବାରରେ ଶୁଭବାର
ପାଣି ମୁଁ ନେଇ ଯିବି ତୋ ପାଇଁ
ହେ ଭୋଳାମହେଶ୍ୱର
ହେ ଭୋଳାମହେଶ୍ୱର

କୃପା ତୋର, ହେଲେ ଥରେ
ଦୁଃଖ ହବ ଦୂର

ହେ ଭୋଳାମହେଶ୍ୱର
ହେ ଭୋଳାମହେଶ୍ୱର

ଜୀବନଟା ଆଜି ଅଛି ନାହିଁ କାଲିକି
ଜୀବନଟା ଆଜି ଅଛି ନାହିଁ କାଲିକି
ତୋ ପାଖକୁ, ଯିବି ବାବା ଚାଲିଚାଲିକି
ଯେତେ ଦୂର ହଉ ପଛେ ମନ୍ଦିର ତୋର

ଏ ଜୀବନ ବାଟରେ ତୁ
ଠିକଣା ମୋର
ମିଛ ଏଇ ଦୁନିଆଁରେ
ତୁ ଏକା ନିଜର

ହେ ଭୋଳାମହେଶ୍ୱର
ହେ ଭୋଳାମହେଶ୍ୱର

କେତେବେଳେ ବାସ ତୋର କଇଳାସରେ
କେତେବେଳେ ବାସ ତୋର କଇଳାସରେ
କେତେବେଳେ ବାସ ପୁଣି କପିଳାସରେ
ଲୋକନାଥ, ଲିଙ୍ଗରାଜ, ଚନ୍ଦ୍ରଶେଖର
ସତ୍ୟ ତୁହି, ନିତ୍ୟ ତୁହି ଶିବସୁନ୍ଦର

ତୋ ସେବାରେ, ତୋ ପୂଜାରେ
ଦିନ ଯାଉ ମୋର

ହେ ଭୋଳାମହେଶ୍ୱର
ହେ ଭୋଳାମହେଶ୍ୱର

ଶ୍ରାବଣ ମାସ ସୋମବାର
ସବୁ ବାରରେ ଶୁଭବାର
ପାଣି ମୁଁ ନେଇ ଯିବି ତୋ ପାଇଁ
ହେ ଭୋଳାମହେଶ୍ୱର
ହେ ଭୋଳାମହେଶ୍ୱର

କୃପା ତୋର, ହେଲେ ଥରେ
ଦୁଃଖ ହବ ଦୂର

ହେ ଭୋଳାମହେଶ୍ୱର
ହେ ଭୋଳାମହେଶ୍ୱର
ହେ ଭୋଳାମହେଶ୍ୱର
ହେ ଭୋଳାମହେଶ୍ୱର



Credits
Writer(s): Arun Kumar Mantri, Manmath Mishra
Lyrics powered by www.musixmatch.com

Link