Tu Mu Aau Janha

ହଁ-ହଁ-ହଁ

ଯେବେ ଆଖି ତତେ ଦେଖେ ଲାଖିଯାଏ ନଜର
ଯେବେ ମନ ତତେ ଖୋଜେ ହଉ ଆସି ହାଜର
ହୋ, ଯେବେ ଆଖି ତତେ ଦେଖେ ଲାଖିଯାଏ ନଜର
ଯେବେ ମନ ତତେ ଖୋଜେ ହଉ ଆସି ହାଜର

କହିଦେ ତୁ ଆକାଶଠୁ ଜହ୍ନ ମାଗି ଆଣିବିରେ ମୁଁ
ରାତିଭରି ଗପୁଥିବା ବସି ଜହ୍ନ, ମୁଁ ଆଉ ତୁ

ଶୋଇଥିବ ଚୁପଚାପ୍ ସାରା ସହର

ଯେବେ ଆଖି ତତେ ଦେଖେ ଲାଖିଯାଏ ନଜର
ଯେବେ ମନ ତତେ ଖୋଜେ ହଉ ଆସି ହାଜର

ମଉନାବତୀ ମଉନ ରହି ନଉଛୁ ମନ ମୋହି
ଓଠରେ ଯଦି କହୁନୁ କିଛି ଠାରରେ ଦେ କହି
ହୋ, ପ୍ରଥମ ଥର ନିଜର ମତେ ଲାଗିଲୁ ଏତେ କାଇଁ
କେମିତି କହ କଣ କଲୁ ପାରୁନି ଜମା ଶୋଇ

ଛୋଟ-ଛୋଟ ରାଗ, ରୁଷା ତୋର ଦେଖିବାକୁ ଟିକେ ମୁଁ
ଜାଣି-ଜାଣି ଭୁଲ୍ କରିବସେ ଜାଣିଛୁ କି ନା ତୁ?

ମୋ ପରି ତୁ ମତେ ଲାଗୁ ଏଥର

ଯେବେ ଆଖି ତତେ ଦେଖେ ଲାଖିଯାଏ ନଜର
ଯେବେ ମନ ତତେ ଖୋଜେ ହଉ ଆସି ହାଜର
ଯେବେ ଆଖି ତତେ ଦେଖେ ଲାଖିଯାଏ ନଜର
ଯେବେ ମନ ତତେ ଖୋଜେ ହଉ ଆସି ହାଜର

ଫୁଲ-କୁମାରୀ ତୋରି ପରି ନଥିବ ଜଣେ କେହି
ଅଳସ ଭାଙ୍ଗି ସକାଳ ଛାତି ଦଉଛୁ ଦୋହଲେଇ
ହୋ, ସ୍ବପ୍ନ-ସୁନ୍ଦରୀ ଦଉଛି ମାରି ନଖରା ତୋର କାଇଁ
ସ୍ବପ୍ନରେ ଆସି ଖେଳୁଛୁ ପୁଚି ପଲକ ଫାଙ୍କ ଦେଇ

ନୂଆ-ନୂଆ ଲାଗୁ ମତେ କାଇଁ ଆଗପରି ଏବେ ତୁ
ମିଛ-ମିଛ ବାହାନାରେ ତୋର ଜଳି-ଜଳି ଯାଏ ମୁଁ

ଭାବନାରେ ଢ଼ାଳୁ ଆସି ମିଠା ଜହର

ଯେବେ ଆଖି ତତେ ଦେଖେ ଲାଖିଯାଏ ନଜର
ଯେବେ ମନ ତତେ ଖୋଜେ ହଉ ଆସି ହାଜର
ଯେବେ ଆଖି ତତେ ଦେଖେ ଲାଖିଯାଏ ନଜର
ଯେବେ ମନ ତତେ ଖୋଜେ ହଉ ଆସି ହାଜର



Credits
Writer(s): Asad Nizam
Lyrics powered by www.musixmatch.com

Link