Besahara Premika

ଆରେ ହୃଦୟ ଆ ତୁ ଆ
ପ୍ରେମର ଗଳିରୁ ଲେଉଟି ଆ
ଆରେ ହୃଦୟ ଆ ତୁ ଆ
ପ୍ରେମର ଗଳିରୁ ଲେଉଟି ଆ

ପାରିବୁନି ସହି କଷ୍ଟ ଭଙ୍ଗା ହୃଦୟର
ବୁଝିବେନି ଏଠି କେହି ସତ ପ୍ରେମ ତୋର

ଶହେ ରୁ ଏଠି ଅନେଶତ ଝିଅ ମିଛେଇ ପ୍ରେମିକା, ମିଛେଇ ପ୍ରେମିକା

ଆରେ ହୃଦୟ ଆ ତୁ ଆ
ପ୍ରେମର ଗଳିରୁ ଲେଉଟି ଆ
ଆରେ ହୃଦୟ ଆ ତୁ ଆ
ପ୍ରେମର ଗଳିରୁ ଲେଉଟି ଆ

ହଜାରେ ବାହାନା ଶୁଣାଏ ଏ ପ୍ରେମ
କେତେ ବାହାନା ଶୁଣିବୁ?
ସତ ଜାଣିବି ତୁ ମିଛ ମଉକାରେ
କେତେ ବାଟ ଯାଏ ଯିବୁ?

ହୋ, ଦୁନିଆଁରେ ଏକା ଜିଇଁବା ଶିଖିଯା
ସାହାରା କାଇଁ ତୁ ଖୋଜୁଛୁ
ଓଠକୁ ନିଅଣ୍ଟ ହସ ଏଠି ତାକୁ
ଲୁହରେ ତୁ ଭିଯଉଛୁ

ଲୁହ ପୋଛିଦେଇ ହସକୁ ସାଉଁଟି ଜୀବନ ଜିଇଁଯା, ଜୀବନ ଜିଇଁଯା

ଆରେ ହୃଦୟ ଆ ତୁ ଆ
ପ୍ରେମର ଗଳିରୁ ଲେଉଟି ଆ
ଆରେ ହୃଦୟ ଆ ତୁ ଆ
ପ୍ରେମର ଗଳିରୁ ଲେଉଟି ଆ

ସୁଖର ଆୟୁଷ ନେଇଯାଏ ଦୁଃଖ
ସମ୍ପର୍କ ଏମିତି ଇଏ
ନିରୀହ ମନଟା କୁହୁଳି ଜଳିଲେ
ସ୍ବାର୍ଥ ଏଠି ମଜା ନିଏ

ହୋ, ଥୁଣ୍ଟାଗଛ ଛାଇ କେତେଦିନ ପାଇଁ?
ମନେ-ମନେ ହବୁ ଖୁସି
କୋହର ନିଆଁରେ ମନକୁ ଜଳେଇ
ନିଜେ କାଇଁ ସାଜୁ ଦୋଷୀ

ଅତୀତ କୁ ତୋର ଦେଇଦେ କବର, ତା ପ୍ରେମକୁ ଭୁଳିଯା, ତା ପ୍ରେମକୁ ଭୁଳିଯା

ଆରେ ହୃଦୟ ଆ ତୁ ଆ
ପ୍ରେମର ଗଳିରୁ ଲେଉଟି ଆ
ଆରେ ହୃଦୟ ଆ ତୁ ଆ
ପ୍ରେମର ଗଳିରୁ ଲେଉଟି ଆ



Credits
Writer(s): Abinash Mishra, Amiya Ranjan Das
Lyrics powered by www.musixmatch.com

Link