Subhadra Mun Gelha Bhauni

ମୋ ସୁନା ଗଉଣୀ, ମୋ ରୁପା ଗଉଣୀ
ମୋ ସୁନା ଗଉଣୀ, ମୋ ରୁପା ଗଉଣୀ

ଦୁଇଟି ଭାଇରେ ମୁଁ ଯେ ଗୋଟେ ଭଉଣୀ
ଦୁଇଟି ଭାଇରେ ମୁଁ ଯେ ଗୋଟେ ଭଉଣୀ

ବଡ ଭାଇ ମୋର ବଳିଆ
ସାନ ଭାଇ ମୋର କାଳିଆ
ବଡ ଭାଇ ମୋର ବଳିଆ
ସାନ ଭାଇ ମୋର କାଳିଆ
ରାକ୍ଷୀ ବାନ୍ଧିଦେଲି ଦୁହିଙ୍କ ହାତରେ
ସୁଭଦ୍ରା ମୁଁ ଗେଲ୍ହା ଭଉଣୀ

ମୋ ସୁନା ଗଉଣୀ, ମୋ ରୁପା ଗଉଣୀ
ମୋ ସୁନା ଗଉଣୀ, ମୋ ରୁପା ଗଉଣୀ

ମୋ ଭାଇ ପରିକା ଭାଇ ତ କାହାର, ଦୁନିଆରେ ନାହିଁ ଆଉ
ଦୁଃଖ ଯାଏ କହୁ-କହୁ
ବଡ଼ ଭାଇ ମୋର ମହାବଳଶାଳୀ, ସାନ ଭାଇ ମହାବାହୁ
କାହାକୁ ମୋ ଡର ଆଉ

ବଡ ଭାଇ ମୋର ବଳୁଆ
ସାନ ଭାଇ ଟିକେ ଛଳିଆ
ବଡ ଭାଇ ମୋର ବଳୁଆ
ସାନ ଭାଇ ଟିକେ ଛଳିଆ

ଦୁଇପଟେ ମୋର ଦୁଇ ଭାଇ ପରା
ଅସରା ଏ ସ୍ନେହ କାହାଣୀ

ମୋ ସୁନା ଗଉଣୀ, ମୋ ରୁପା ଗଉଣୀ
ମୋ ସୁନା ଗଉଣୀ, ମୋ ରୁପା ଗଉଣୀ

କି ରାକ୍ଷୀ ପାଉଣା ମାଗିବ ଭଉଣୀ
ଭାଇ ଯା'ର ବଳଭଦ୍ର
ଭାଇ ଯା'ର ଜଗନ୍ନାଥ
ମାଗିବା ଆଗରୁ ଚଉବର୍ଗ ଖୋଳ, ଦିଅନ୍ତି ବଢେଇ ହାତ
ଭାବଗ୍ରାହୀ ବନ୍ଧୁ ସେତ

ବଡ ଭାଇ ମୋର ଚଞ୍ଚଳ
ସାନ ଭାଇ ନିଦା ଅଟଳ
ବଡ ଭାଇ ମୋର ଚଞ୍ଚଳ
ସାନ ଭାଇ ନିଦା ଅଟଳ

ସାରା ଜଗତର ମଙ୍ଗଳ କର ହେ
ଏତିକି ଆଜି ମୁଁ ମାଗୁଣି

ମୋ ସୁନା ଗଉଣୀ, ମୋ ରୁପା ଗଉଣୀ
ଦୁଇ ଭାଇରେ ମୁଁ ଗୋଟେ ଭଉଣୀ



Credits
Writer(s): Baidyanath Dash
Lyrics powered by www.musixmatch.com

Link