Aji Kali Pabana (From Kichhi Kahibara Achhi)

ଆଜିକାଲି ପବନ ବାସେ ଖାଲି ଫଗୁଣ
ଆଖିପତା ନଇଁଗଲେ ଆସେ ଖାଲି ସପନ

ସେଇ ସପନରେ ତୁ, ତୋତେ ଛୁଇଁଦେଲେ ମୁଁ
ସତେକି ଆସୁଛି ଫେରି ଏ ଜୀବନ

ଆଜିକାଲି ପବନ ବାସେ ଖାଲି ଫଗୁଣ

ମନ ଥିଲା ଯାଯାବର, ହେଲା ରଙ୍ଗ ଜର-ଜର
ଚାଲୁ-ଚାଲୁ ପାଦ ତଳେ ଢାଳିଦେଲୁ ରଙ୍ଗ ଅବିର
ସ୍ବପ୍ନ ଥିଲା ଖାଲି-ଖାଲି, ରଙ୍ଗ ଟିକେ ଦେଲୁ ବୋଳି
ରାତିସାରା ଉଜାଗର, ଧୀରେ-ଧୀରେ ହେଲି ଚଗଲି

ଆଜିକାଲି ଶ୍ରାବଣ କରେ ନାହିଁ ବାରଣ
ଭିଜିବାକୁ ମନ କହେ, ଖୋଜେ ନାହିଁ କାରଣ

ସେଇ ସପନରେ ତୁ, ଥରେ ଭିଜିଗଲେ ମୁଁ
ସତେକି ଆସୁଛି ଫେରି ଏ ଜୀବନ

ଆଜିକାଲି ପବନ ବାସେ ଖାଲି ଫଗୁଣ

ବାଟ ଥିଲା କଣ୍ଟା-କଣ୍ଟା, ବୋଳିଦେଲୁ ମହୁ ଛିଟା
ଫେରି ମୁଁ ପାରୁନି ଆଉ, ସତେକି ଲାଗିଛି ଅଠା
ଫୁଲ ଥିଲା ଫିକା-ଫିକା, ଲାଗୁଥିଲା ଏକା-ଏକା
ତୋତେ ଟିକେ ଛୁଉଁ-ଛୁଉଁ ଯୋଡ଼ି ହେଲା ଭାଗ୍ୟରେଖା

ଆଜିକାଲି ସ୍ପନ୍ଦନ ଖୋଜେ ଖାଲି ମିଳନ
ଥରେ ଖାଲି ମିସିଗଲେ ସଯ ହୁଏ ତୋରଣ

ସେଇ ସ୍ପନ୍ଦନରେ ତୁ, ଥରେ ଛୁଇଁଦେଲେ ମୁଁ
ସତେକି ଆସୁଛି ଫେରି ଏ ଜୀବନ

ଆଜିକାଲି ପବନ ବାସେ ଖାଲି ଫଗୁଣ



Credits
Writer(s): Prem Anand
Lyrics powered by www.musixmatch.com

Link