Nanda Nandana Gopi Chandana

ନନ୍ଦ ନନ୍ଦନ, ଗୋପୀ ଛନ୍ଦନ
ଦେଖ ଜନମରୁ କରେ ଛନ୍ଦ
ମାଆ ଯଶୋଦା, କରେ ସରଧା
ସତେ ପାଇଛି ପୁନେଇ ଚାନ୍ଦ

ନନ୍ଦର ଆନନ୍ଦ ମାନୁନାହିଁ ବନ୍ଧ
କୋଳରେ ଖେଳେ ଗୋବିନ୍ଦ

ନନ୍ଦ ନନ୍ଦନ, ଗୋପୀ ଛନ୍ଦନ
ଦେଖ ଜନମରୁ କରେ ଛନ୍ଦ
ମାଆ ଯଶୋଦା, କରେ ସରଧା
ସତେ ପାଇଛି ପୁନେଇ ଚାନ୍ଦ

ନନ୍ଦର ଆନନ୍ଦ ମାନୁନାହିଁ ବନ୍ଧ
କୋଳରେ ଖେଳେ ଗୋବିନ୍ଦ

ନାଚୁଛି କଦମ୍ବ, ନାଚେ ଯମୁନା
ନାଚୁଛନ୍ତି ଗୋପୀ ଖୁସିରେ ସିନା
ହୋ, ନାଚୁଛି କଦମ୍ବ, ନାଚେ ଯମୁନା
ନାଚୁଛନ୍ତି ଗୋପୀ ଖୁସିରେ ସିନା

ଘରେ ଘରେ ବନ୍ଧା ହେଲା ତୋରଣ
କିଏ ସେ ବାନ୍ଧିଛି ଫୁଲ ଝୁଲଣ

ପୁଅ ହେଇଛି, ରାଜା ଡାକିଛି
ଆଜି ମାଟିରେ ଲାଗୁନି ପାଦ
ଅତି ଖୁସିରେ, ଆଜି ରାତିରେ
କାହା ଆଖିରେ ନାହିଁ ତ ନିଦ

ନନ୍ଦର ଆନନ୍ଦ ମାନୁନାହିଁ ବନ୍ଧ
କୋଳରେ ଖେଳେ ଗୋବିନ୍ଦ

ନନ୍ଦ ନନ୍ଦନ, ଗୋପୀ ଛନ୍ଦନ
ଦେଖ ଜନମରୁ କରେ ଛନ୍ଦ
ମାଆ ଯଶୋଦା, କରେ ସରଧା
ସତେ ପାଇଛି ପୁନେଇ ଚାନ୍ଦ
ନନ୍ଦର ଆନନ୍ଦ ମାନୁନାହିଁ ବନ୍ଧ
କୋଳରେ ଖେଳେ ଗୋବିନ୍ଦ

ରଜାପୁଅ ପାଇଁ ସବୁତ ଖଞ୍ଜା
ବାଜୁଛି ମହୁରୀ ବାଜୁଛି ବାଜା
ହୋ, ରଜାପୁଅ ପାଇଁ ସବୁତ ଖଞ୍ଜା
ବାଜୁଛି ମହୁରୀ ବାଜୁଛି ବାଜା

କିଏ ସେ ଆଣିଛି ସର, ଲହୁଣୀ
କିଏ ତ ଆଣିଛି ଚନ୍ଦ୍ରିକା ପୁଣି

ସବୁ ଦେଖୁଛି, କାହ୍ନୁ ହସୁଛି
ଝରେ ସେ ହସରୁ ମକରନ୍ଦ
ତାର ହସରେ ତାର ମୋହରେ
ଯାଏ ଲିଭି ସବୁ ଅବସାଦ

ନନ୍ଦର ଆନନ୍ଦ ମାନୁନାହିଁ ବନ୍ଧ
କୋଳରେ ଖେଳେ ଗୋବିନ୍ଦ

ନନ୍ଦ ନନ୍ଦନ, ଗୋପୀ ଛନ୍ଦନ
ଦେଖ ଜନମରୁ କରେ ଛନ୍ଦ
ମାଆ ଯଶୋଦା, କରେ ସରଧା
ସତେ ପାଇଛି ପୁନେଇ ଚାନ୍ଦ
ନନ୍ଦର ଆନନ୍ଦ ମାନୁନାହିଁ ବନ୍ଧ
କୋଳରେ ଖେଳେ ଗୋବିନ୍ଦ



Credits
Writer(s): Prem Anand
Lyrics powered by www.musixmatch.com

Link