Pheria Mo Kandhei Rani

ବିରହ ନିଆଁରେ ଜଳୁଛି ମୁଁ ନୀତି
ମନରେ ହଜାରେ କୋହ
ଆଜି ମୁଁ ଜାଣିଲି ଏଇ ଦୁନିଆଁରେ
ନିଜର କେବଳ ଲୁହ, କେବଳ ଲୁହ

ଭଲ ମୁଁ ଯେବେ ପାଇଥିଲି ଲୋ, ପ୍ରେମ ରଙ୍କୁଣିଟେ ଥିଲୁ
ଛଳନା ଛୁରୀ ଛାତିରେ ମାରି, ମତେ ଏକା କରିଦେଲୁ
ପ୍ରେମରେ କେବେ ଉଣା କରିନି, କାହିଁକି ଗଲୁ ବଦଳି?
ସତରେ ଯଦି ଦୂରେଇ ଯିବୁ, କା ସାଥେ କରିବି କଳି?

ଆଜିବି ହୃଦୟ ଖୋଜେ ତୋର ପ୍ରେମ
ବୁଝିକି ଅବୁଝା ହୁଏ ମୋର ମନ

ତୋ ବିନା ଲୋ ଏକା ବାଟ ଚାଲି ପାରିବିନି

ଫେରିଆ...
ତୁ ଫେରିଆ ଲୋ ମୋ କଣ୍ଢେଇ ରାଣୀ
ମୁଁ ଏକା-ଏକା ବଞ୍ଚି ପାରିବିନି
ତୁ ଫେରିଆ ଲୋ ମୋ କଣ୍ଢେଇ ରାଣୀ
ମୁଁ ଏକା-ଏକା ବଞ୍ଚି ପାରିବିନି

ରାଗ, ରୁଷା ଭରା ଆମ ପ୍ରେମରେ
କେମିତି ଲାଗିଲା ଲୋ କାହା ନଜର?
ଜାଣିଶୁଣି ବୋଧେ ଭାଙ୍ଗିଛି କେହି
ଆମ ସମ୍ପର୍କର ବାଲିଘର

ହୋ, ତୋରି ଅଝଟ ଶୁଣିବା ପାଇଁ
ହୃଦୟ ବିଚରା ମୋ ପାଗଳ ହୁଏ
ତୋ ଜିଦିଆ କଥା ମନେ ପକେଇ
ଲୁଚି-ଲୁଚି ମୋ ଆଖି ଲୁହ ଝରାଏ

କେମିତି ପାଗେଳି ପାରୁଛୁ ଲୋ ହସି?
କରିଦେଲା ପରେ ମତେ ପରଦେଶୀ

କାହିଁକି ତୁ ଭୁଲିଗଲୁ? ଥରେ କହିଲୁନି

ଫେରିଆ...
ତୁ ଫେରିଆ ଲୋ ମୋ କଣ୍ଢେଇ ରାଣୀ
ମୁଁ ଏକା-ଏକା ବଞ୍ଚି ପାରିବିନି
ତୁ ଫେରିଆ ଲୋ ମୋ କଣ୍ଢେଇ ରାଣୀ
ମୁଁ ଏକା-ଏକା ବଞ୍ଚି ପାରିବିନି

ଅଜଣା ଭାଗ୍ୟର ଭିଡ଼ ଭିତରେ
କାହାକୁ କହିବି ମୋ ପ୍ରେମ-କାହାଣୀ?
ଅଚିହ୍ନା ଦୁନିଆଁରେ ଅଚିହ୍ନା ପ୍ରେମ
କେମିତି କଲି ଲୋ ମୁଁ ଜାଣିପାରୁନି

ହୋ, ଏକା-ଏକା ବସି ଭାବୁଛି ଆଜି
ଆମ ପ୍ରେମର ସେ ଅଭୁଲା ସ୍ମୃତି
ସେ ସ୍ମୃତିଟା ମତେ କେତେ ଜଳାଏ
ଜାଣିବୁ କହ ଲୋ ତୁ କେମିତି

ଇଛା ମୋ ହଉଛି ମରିଯିବା ପାଇଁ
ହେଲେ ତୋ ଭାବନା ହାତ ଛାଡୁନାହିଁ

ନିଜ ହାତେ ମାରିଦେ ତୁ କନ୍ଦଉଛୁ କାହିଁ?

ଫେରିଆ...
ତୁ ଫେରିଆ ଲୋ ମୋ କଣ୍ଢେଇ ରାଣୀ
ମୁଁ ଏକା-ଏକା ବଞ୍ଚି ପାରିବିନି

ତୁ ଫେରିଆ ଲୋ ମୋ କଣ୍ଢେଇ ରାଣୀ (ଫେରିଆ)
ମୁଁ ଏକା-ଏକା ବଞ୍ଚି ପାରିବିନି (ଫେରିଆ)
ତୁ ଫେରିଆ ଲୋ ମୋ କଣ୍ଢେଇ ରାଣୀ (ଫେରିଆ)
ମୁଁ ଏକା-ଏକା ବଞ୍ଚି ପାରିବିନି (ଫେରିଆ)



Credits
Writer(s): R. Chiku, R Chiku
Lyrics powered by www.musixmatch.com

Link