Hai Lo Sadhaba Bohu

ନାନା-ନାନା-ନାନା-ନାନା-ନା-ନା
ନାନା-ନା-ନାନା-ନା-ନାନା-ନାନା
ନାନା-ନାନା-ନାନା-ନାନା-ନା-ନା
ନାନା-ନା-ନାନା-ନା-ନାନା-ନାନା

କହ କାହିଁକି ମନ୍ଦିର ଯାଉ
କାଇଁ ମୋ ପାଇଁ ସଜେଇ ହଉ?
କହିବାକୁ ସିନା ଡରୁଛୁ ଗୋରୀ ତୁ ମନେ-ମନେ ଭଲପାଉ

କାହିଁ ଏତେ ତୁ ଅବୁଝା ହଉ?
ମୋତେ ଦେଖିଲେ କଣେଇ ଚାହୁଁ
କହିବାକୁ ସିନା ଡରୁଛୁ ଏତେ ତୁ ମନେ-ମନେ ଭଲପାଉ

ମୁଁ ବୁଝି ପାରେନାହିଁ ତୋ ସାଥେ ବନ୍ଧା ଏ କି ବନ୍ଧନ
କାହିଁ ତୋତେ ଦେଖୁ-ଦେଖୁ ଅଟକି ଯାଏ ରେ ମୋ ସ୍ପନ୍ଦନ?
ପ୍ରେମ ତୋ ମିଠା-ମହୁ

ହାଏ ଲୋ, ସାଧବ ବୋହୁ
ଫୁଲେଇ କାହିଁକି ହଉ?
ଆରେ, ଏତେ କାଇଁ ପ୍ରେମ ଦଉ?
କାଲି ପାଇଁ ଟିକେ ଥାଉ

ସପନରେ ଦିନେ ଆସୁଥିଲୁ, ଆଜି ସତରେ ଆସିଲୁ ଚାଲି
ସେ ସପନ ଆଜି ସତ ହେଲା, ଭଲ ତୁ ପାଇଲୁ ବୋଲି
ହଁ, ଭଲପାଇବାରେ ଏତେ ନିଶା ଥାଏ, ଆଜି ମୁଁ ପାରିଲି ଜାଣି
ହଁ, ତୋ, ମୋ ପ୍ରେମ ନିଆରା କାହାଣୀ ଆଗରୁ ନଥିଲି ଶୁଣି

ଯେବେ ଫେରି ତୁ ଚାହିଁଲୁ, ଫେରିଲା ରେ ସହେ ଲକ୍ଷେ ଫଗୁଣ
ଏବେ ବରଷଟା ଯାକ ଲାଗୁଛି ରେ ମୋତେ ଋତୁ ଶ୍ରାବଣ
ବରଷା ହେଲେ ହଉ

ହାଏ ଲୋ, ସାଧବ-ବୋହୁ
ଫୁଲେଇ କାହିଁକି ହଉ?
ହଁ, ଏତେ କାଇଁ ପ୍ରେମ ଦଉ?
କାଲି ପାଇଁ ଟିକେ ଥାଉ

ହଁ, ମନ ବଗିଚାରେ ତୁ ପରା ଗୋଟେ ତରକା ପରଜାପ୍ରତି
ତୁ ଗୋଟେ ଫୁଲ, ପାଏ ତୋତେ ଭଲ, ତୋ ପାଖେ ଆରମ୍ଭ ଇତି
ହୋ, ଅରମ୍ଭରୁ ତୋତେ ଦେଇଥିଲି ମନ, ତୋ ପାଖେ ମୋ ପ୍ରେମ ଶେଷ
ହୋ, ତୋତେ ପାଇଗଲେ ଜୀବନରେ ଆଉ ରହିବନି ଅବଶୋସ

କହ କେମିତି କହିବି ତୋ ସାଥେ ଯୋଡ଼ା ଏ କି ସମ୍ପର୍କ
ଦେ ଦୁନିଆଁକୁ କହି ମୁଁ ଏକା ତୋର ସଚ୍ଚା-ପ୍ରେମିକ
ମୋ ପ୍ରେମ ସତ ହଉ

ହାଏ ଲୋ, ସାଧବ-ବୋହୁ
ଫୁଲେଇ କାହିଁକି ହଉ?
ଆରେ, ଏତେ କାଇଁ ପ୍ରେମ ଦଉ?
କାଲି ପାଇଁ ଟିକେ ଥାଉ
ହାଏ-ହାଏ, ହାଏ ଲୋ, ସାଧବ-ବୋହୁ
ଫୁଲେଇ କାହିଁକି ହଉ?
ଆରେ, ଏତେ କାଇଁ ପ୍ରେମ ଦଉ?
କାଲି ପାଇଁ ଟିକେ ଥାଉ



Credits
Writer(s): Birija Prasad, Pramod Parida
Lyrics powered by www.musixmatch.com

Link