Chakiri Nahin Bakiriri Nahin Mate Kie Jhia daba

ଧନ (ଓ ଲୋ)
ଏ ଧନ (ମଲା କହୁନୁ)
କଣ ଚାଲିଛି?
ବାଳ ଝଡି ଚାଲିଛି, ପେଟ ବଢି ଚାଲିଛି
ବୟସ ଗଡି ଚାଲିଛି, ଜୀବନ ସଢ଼ି ଚାଲିଛି

ଛାଡ଼ ସେ କଥା (ଏଁ!)
କହିଲ ମୋତେ, କେବେ ବାହା ହବ?
(ଅସମ୍ଭବ, ଅସମ୍ଭବ)

ଆଲୋ, ଚାକିରି ନାହିଁ, ବାକିରି ନାହିଁ
ମୋତେ କିଏ ଝିଅ ଦବ?
ହଁ-ହଁ, ଚାକିରି ନାହିଁ ମୋର ବାକିରି ନାହିଁ
ଆଲୋ, ମୋତେ କିଏ ଝିଅ ଦବ?

ନାରୀ-ନାରୀ କର ପାରି, ପଡେ ହୁରହୁରୀ
ନାରୀ ପାଇଁ ଘୁରି-ଘୁରି ପାଦ ଯାଏ ଘୋରି
ହୋ ଘୋରି, ହୋ ଘୋରି, ଓ ଘୋରି

ଏ ଧନ (କଣ ହେଇଛି ସୁନା?)
ଏ ଧନ (ମଲା କହୁନ)
କଣ କିଛି କହୁନ ଯେ

Phone କରି ରାତିସାରା ଶୋଏଇ ଦଉନୁ ଜମା
ଧରା ଯଦି ପଡ଼ିଗଲୁ ଛେଚିବ ତୋ ମାମା, ମାମା, ମାମା
ଆଲୋ-ଲୋ-ଲୋ-ଲୋ-ଲୋ, evening ରେ ଆସିବୁ ଦେମି ଅନ୍ଧାରିଆ ଚୁମା
ପ୍ରେମ ତୋର ଭାରି କଡା କରିଦେଲାଣି ଝାମା

ଛାଡ଼ ସେ କଥା (କଣ ଛଡିଦେବି?)
କହିଲ ମୋତେ, କେବେ ବାହା ହବ?

ଆଲୋ, ଚାକିରି ନାହିଁ, ବାକିରି ନାହିଁ
ମୋତେ କିଏ ଝିଅ ଦବ?
ହଁ-ହଁ, ଚାକିରି ନାହିଁ ମୋର ବାକିରି ନାହିଁ
ଆଲୋ, ମୋତେ କିଏ ଝିଅ ଦବ?

ଚୋରି କରିବା, ନାରୀ କରିବା ପଡୁଛି ଆଜି ଭାରି
ବଳ, ବୁଦ୍ଧି ସରିଯାଉଛି ବୁଲନ୍ତି ଘିରି-ଘିରି
ଲୋ ଗୋରୀ, ଲୋ ଗୋରୀ, ଲୋ ଗୋରୀ, ଗୋରୀ, ଗୋରୀ, ଗୋରୀ, ଗୋରୀ

ଏ ଧନ (ଗେଲୁ, କଣ ହେଲା କହୁନୁ)
ଏ ଧନ (ମଲା, ଅତି ଗେଲ)
କିଛି ଭଲ ଲାଗୁନି

ବାପା ତୋର ସାଧା-ସିଧା, ପୁରା ଭଦ୍ର-ଲୋକ
ମୁଣ୍ଡ ମୋର ଟିଣ କଲେ ଦେଇଦେବି ରେ ଛୁଙ୍କ
(ଛୁଆ, ଶୁଣ ଯାଇକି ମୋର record check କରିବୁ, ଜାଣିଯିବୁ ମୁଁ କେମିତିକା type)

ଶାଳୀ ମୋର ଅଲିଅଳି, ରଖିବ ମୋର ଟେକ
ଧାଡ଼ି ଦେଖି ମାଡିଯିବି ଆଗକୁ ଖାଲି ଦେଖ

ଛାଡ଼ ସେ କଥା
କହିଲ ମୋତେ, କେବେ ବାହା ହବ?
(ମଲା ଦେଖୁଛୁ ଆମ୍ବ କଉଠି ପଣସ)

ଆଲୋ, ଚାକିରି ନାହିଁ, ବାକିରି ନାହିଁ
ମୋତେ କିଏ ବାହା ହବ?
ଧନ ଲୋ, ଚାକିରି ନାହିଁ ମୋର ବାକିରି ନାହିଁ
ମୋତେ କିଏ ଝିଅ ଦବ?
ଧନ ଲୋ, ଚାକିରି ନାହିଁ ମୋର ବାକିରି ନାହିଁ
ମୋତେ କିଏ ବାହା ହବ?
(ହେସ୍, life ପୁରା ବରବାଦ୍)



Credits
Writer(s): Ashutosh Mohapatra, Suresh Panda
Lyrics powered by www.musixmatch.com

Link