Alapa Hasare

ଅଳପ ହସରେ ଅନେକ ଆଶାର, କଣ
ଇଶାରା ପାଇଲି ବନ୍ଧୁ, ଇଶାରା ପାଇଲି ବନ୍ଧୁ
ଅଳପ ହସରେ ଅନେକ ଆଶାର
ଇଶାରା ପାଇଲି ବନ୍ଧୁ, ଇଶାରା ପାଇଲି ବନ୍ଧୁ
ମାନସୀ ଆସିଲା ମରମ ଛୁଇଁଲା, ମାନସୀ ଆସିଲା ମରମ ଛୁଇଁଲା
ଦେଇଗଲା ପ୍ରୀତିମଧୁ, ଦେଇଗଲା ପ୍ରୀତିମଧୁ

ପଲାଶ ବିଳାସ ବାସନା ଜାଗିଲା, ପଲାଶ ବିଳାସ ବାସନା ଜାଗିଲା
ଅଳସ ଆଖିର କୋଣେ, ଅଳସ ଆଖିର କୋଣେ
ଅବୁଝା ମନର ସବୁଜ ବନରେ
ବାସ ଢ଼ାଲିଗଲା ଜଣେ, ବାସ ଢ଼ାଲିଗଲା ଜଣେ
ନକହି କହିଲା ସତେ ଛଇଳା, ଆସିବ କି ହୋଇ ବଧୂ
ଦେଇଗଲା ପ୍ରୀତିମଧୁ, ଦେଇଗଲା ପ୍ରୀତିମଧୁ

ନୀଳ ନୀରିଜନ ରାତିର ଛାତିରେ, ଜୋଛନାର ଯୌବନ, ଜୋଛନାର ଯୌବନ
ହୋଇ ସାଜିଦେଲା ମମତା ମୋତିରେ, ହୋଇ ସାଜିଦେଲା ମମତା ମୋତିରେ
କବିତାର ତନୁ ମନ, କବିତାର ତନୁ ମନ
ସଙ୍ଗ ଯାହାର ଲୋଭିଲି ସେ କିମ୍ବା ମନର ଦରଜି ବନ୍ଧୁ
ଦେଇଗଲା ପ୍ରୀତିମଧୁ, ଦେଇଗଲା ପ୍ରୀତିମଧୁ
ଅଳପ ହସରେ ଅନେକ ଆଶାର
ଇଶାରା ପାଇଲି ବନ୍ଧୁ, ଇଶାରା ପାଇଲି ବନ୍ଧୁ



Credits
Writer(s): Narayan Prasad Singh
Lyrics powered by www.musixmatch.com

Link