Siuli Batare (From "Trushna")

ଶିଉଳି ବାଟରେ ପାଦ ଚାପି-ଚାପି
ଚାଲି ଆସିଲି ମୁଁ ଅନ୍ଧାରକୁ ଠକି
ଏ ଆଖିରେ ଥିଲା ଇଛା ଯେତେ ସବୁ
ଲୁଚେଇ ଆଣିଲି ସମୟକୁ ଠକି

ନିଜର ପିଠିକୁ ନିଜେ ଥାପୁଡେଇ
ଫେରିବା ବାଟର ଦିଗ ବଦଳେଇ

ସପନକୁ ଆଜି ଭେଟିଲି ତଥାପି

ଅନେକ ଥର ନିଜକୁ ନିଜେ ତଉଲିଛି
ଈର୍ଷାର ତରାଜୁରେ, ଓ
କୁହୁଡ଼ି ଘେରା ବାଟରେ ପୁଣି ମୁଁ ଚାଲିଛି
ଏକା ସାହସରେ

ଲୁହକୁ ହସର ଗହଣା ପିନ୍ଧେଇ
ମନକୁ ଆଶାର ଆଇନା ଦେଖେଇ

ସପନକୁ ଆଜି ଭେଟିଲି ତଥାପି

ନିଜ ପାଖେ ମୁଁ ହାରିଯାଏ ଯେତେଥର
କୋଳେଇ ନେଇଛୁ ତୁ
ମନ ଖୋଲି ମୁଁ ପୁଣି ଥରେ ହସିବାକୁ
ସାହାସ ଦେଇଛୁ ତୁ

ହାତକୁ ଜୀବନ ତୁ ଟାଣିନେଲୁ ଭିଡ଼ି
ଚାଲିଲି ତୋ ସାଥେ କେତେ ଝୁଣ୍ଟି ପଡ଼ି

ସପନକୁ ଆଜି ଭେଟିଲି ତଥାପି



Credits
Writer(s): Abhijit Majumdar
Lyrics powered by www.musixmatch.com

Link