Tate Paai Mu (From "Premare Risk Hela Mate Ishq")

ତୋତେ ପାଇ ମୁଁ ପାଇଗଲି ରେ, ପାହାନ୍ତିର ଉଆଁ ତାରା ହାତ ଛୁଆଁରେ
ତୋ ପ୍ରେମର ପହିଲି ବର୍ଷାରେ, ଓଦା ହେଲା ମନ କାଗଜର ଡ଼ଙ୍ଗା ରେ

ତୋ ପାଇଁକି ମୋତି-ମହଲ ତୋଳିଛି जन्नत ରେ

ତୁ ମହୁଝରା ଫୁଲ ଟିଏ, ତୁ ଚଞ୍ଚଳା ଢେଉ ଟିଏ
ତୁ ସକାଳର ଆଳତିଟେ, ପ୍ରିୟା ରେ

ଗପ ଥିଲା ଯାହା, ହେଲା ଆଜି ସେ ବାସ୍ତବ
ଓ, ପାଇ ଅନୁମତି ବଞ୍ଚିବା ହେଲା ସମ୍ଭବ
ହୃଦୟ ଥିଲା ଏକା-ଏକା, ଯେବେ ହେଲା ପ୍ରଥମ ଦେଖା
ସରମରେ ଲାଜ-ଲାଜ ଆଖି ଲୁଚିଗଲା ରେ

ତୁ ସୁନାଝରା କିରଣଟେ, ତୁ ନିଦଭରା ଚାହାଣିଟେ
ମୋ ଅଙ୍କାବଙ୍କା ଲେଖାରେ ତୁ ଶବ୍ଦଟେ
ତୁ ସୁନାଝରା କିରଣଟେ, ତୁ ନିଦଭରା ଚାହାଣିଟେ
ମୋ ଅଙ୍କାବଙ୍କା ଲେଖାରେ ତୁ ଶବ୍ଦଟେ

ଖୁସିର ଏ ଲୁହ ଆସିଛି ଆଖି କୋଣରେ
ହଁ, ଭାଗ୍ୟର ନିୟମ ଭାଙ୍ଗିଛି ତୋ'ପାଇଁ ରେ
ଫୁଲରାଣୀ ପାଖେ ଭଅଁର ଗାଏ ମିଠା ସୁରେ ମଲ୍ହାର
କରି ନିବେଦନ ପ୍ରେମ ପାଇଁ ତାକୁ ଆଜି ରେ

ତୁ ଭଅଁର ମୁଁ ଫୁଲରାଣୀ, ତୋ ସଙ୍ଗୀତର ମୁଁ ରାଗିଣୀ
ତୋ ବିନା ଅଧା ମୋ କାହାଣୀ, ସାଥିରେ
ଓ, ତୁ ନିରୀହ ଚାହାଣି ଟିଏ, ତୁ ଭରସା ଓଢଣୀ ଟିଏ
ମୁଁ ତୋ ଇଚ୍ଛାର ପାଗଳଟେ, ପ୍ରିୟା ରେ



Credits
Writer(s): Situ Rath, Sanjay Patra
Lyrics powered by www.musixmatch.com

Link