Mu Tate Bhala Paye Ki (From "Tora Mora Katti")

ତୁ ଥିଲେ ସାମ୍ନାରେ ମୋ ଚାରିପଟରେ
ଆଉ କିଏ ଅଛି ଆଜି, କାଲି ବୋଲି ଭୁଲିଯାଏ ମୁଁ
ତୁ ମତେ ଡ଼ାକିଲେ, କୁଆଡେ ନବୁରେ
ନ ପଚାରି ତୋ ସାଥିରେ ସେ ବାଟରେ ଚାଲିଯାଏ ମୁଁ

ଚାଲିଗଲେ ଦୂରେ, ଭଲ ଲାଗେନାରେ
ତୋ କଥା ଏତେ ବେଶୀ ମନେ ପଡେ କାହିଁକି?

ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?
ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?

ଘରୁ ବାହାରିଲେ ତୋ ଗଳିଆଡ଼େ
ଚାଲିଯାଏ ମୁଁ ଯେ ଅନ୍ୟମନସ୍କରେ
କେହି ଯଦି ଆସି ଏ ମନ ପଚାରେ
ନାଆଁ ତୋର କହେ ଅନ୍ୟମନସ୍କରେ

ଅନ୍ୟମନସ୍କରେ, ତୋ କଥା ଭାବିଲେ
ସେ ଭାବନା ଲମ୍ବି-ଲମ୍ବି ଯାଉଥାଏ କାହିଁକି?

ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?
ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?

ସକାଳୁ ଉଠିଲେ ଆଇନା ଆଗରେ
ତୋ କଥା ହୁଏ ଭାବପ୍ରବଣରେ
କହିବାକୁ ଯାହା ଭାବିଥାଏ ତତେ
ଦେଖା ହେଲେ ଭୁଲେ ଭାବପ୍ରବଣରେ

ତୋର ମୋର କଥା, ଭାବପ୍ରବଣତା
ଆଜିଠୁ ଆମେ ଏତେ ବେଶୀ ମିଶିଯାଏ କାହିଁକି?

ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?
ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?



Credits
Writer(s): Prem Anand
Lyrics powered by www.musixmatch.com

Link