Parichaya Khoje Aji (From "Phalguna Chaitra")

ହଁ-ହଁ-ଅଁ

ପରିଚୟ ଖୋଜେ ଆଜି
ଏ ଜୀବନ ସେ ଆଖିରେ
ଭୁଲିଥିବା ଚିହ୍ନା କିଏ
ଫେରି ଆସେ ଭାବନା ରେ

ତୁମେ ଏଠି ନ ଥିଲ
ତୁମକୁ ହିଁ ପାଇଲି
ପାଉଁଶିଆ ଆକାଶ ଠୁ
ନୀଡ଼ ଟିଏ ମାଗିଥିଲି

କେତେ କଥା ଥିଲା?
ବାକି କହିବାକୁ
କେତେ କଥା ଥିଲା?
ବାକି ଶୁଣିବାକୁ

ତୁମକୁ କାଇଁ ଖୋଜେ ଏ ସମୟ?

ସ୍ବପ୍ନ ଏ ଯେତେ
ସେ ବାସି ଶେଯ ର
ଖୋଜେ ତୁମ ତାତି
ନୀରବ ସ୍ପର୍ଶ ର

ଫେରିବ ତୁମେ ଜାଣିଛି ମୁଁ
କେବେ ନା କେବେ ବାଟେ
ଅଧା ଫାଙ୍କା ଝରକା ଖୋଲି
ବସିଛି ବାଟ ଚାହିଁ

ହଁ-ହଁ-ଅଁ
ହଁ-ହଁ-ଅଁ
ହଁ-ହଁ-ଅଁ
ହଁ-ହଁ-ଅଁ

ପ୍ରଶ୍ନ ମୋର କେତେ ଏଠି
ପାଏନା ଉତ୍ତର
ତୁମେ ଶୁଣିଛ ତ ଶବ୍ଦ
ମୋ ଛାତିର

ଏ ମୋ ମନର ଅନୁବାଦ
ତୁମେ ହିଁ ତ ଏକା ପାର ବୁଝି
ଅତୀତ ର ସେଇ ପୃଷ୍ଠା ସବୁ
କଡ଼ ଲେଉଟାଇ

ହେ-ଏ-ଏ
ହେ-ଏ-ଏ
ହେ-ଏ-ଏ
ହେ-ଏ-ଏ



Credits
Writer(s): Eshan Sharma, Sthita Pattnaik
Lyrics powered by www.musixmatch.com

Link