Tu Kahibuna Mu

ମୁହାଁମୁହିଁ ପଦେ କଥା ହବା ପାଇଁ ବାହାନାର ସାହାରା କେତେ ନବା
ହଁ ଲୁଚା, ଚୋରା ଏଇ ମିଳାମିଶାକୁ ଆ ଭଲ ପାଇବାର ନାଁ ଦେଇଦବା

ଲୁଚେଇବା ପାଇଁ କିଛି ବାକି ନାହିଁ ତ ପରା
ଦୁନିଆଁ ଆଖିରେ ଆମେ ପଡ଼ି ଗଲେଣି ଧରା

ଖାଲି ନିଜ ସାଥେ ଲୁଚକାଳି ଯାହା ଖେଳୁ ତୁ ଏବେବି

ତୁ କହିବୁ ନା ଆଗ ମୁଁ କହିବି
ଗଡି ଯାଉଛି ସମୟ ଏଇ କଥା ଭାବି-ଭାବି
ତୁ କହିବୁ ନା ଆଗ ମୁଁ କହିବି
ଗଡି ଯାଉଛି ସମୟ ଏଇ କଥା ଭାବି-ଭାବି

ମନ ଝରକା ପରଦା ଟେକି ଥରେ ଖାଲି ଚାହାଁରେ
ପାଇବୁ ମତେ ତୋ ମନ ବାହାରେ
ହେଇଯା ମୋର ହବାକୁ ତୋର ଅନେଇ ମୁଁ ବସିଛି
ଲେଖି ଦେଇଛି ଜୀବନ ତୋ ନାଁ ରେ

ମୁଁ ତତଲା ଦି ପହର, ତୁମେ ଛାମସୁନି
ତୁ ବନ୍ଧାଏ ବସିଗଲେ ଖୁସିରେ ଯିବି ଝୁମି

ହେଲେ ଆଶା ଆଶଙ୍କାର ବାଦଲରେ ଲୁଚୁ କାଇଁ ଏବେବି

ତୁ କହିବୁ ନା ଆଗ ମୁଁ କହିବି
ଗଡି ଯାଉଛି ସମୟ ଏଇ କଥା ଭାବି-ଭାବି
ତୁ କହିବୁ ନା ଆଗ ମୁଁ କହିବି
ଗଡି ଯାଉଛି ସମୟ ଏଇ କଥା ଭାବି-ଭାବି

ଥରୁଟେ ତୋ ନିରବତାର ସୀମାରେଖା ଡେଇଁକି
ଭଲ ପାଉଛୁ ବୋଲି କହିଦେ କାନରେ
ବିନା ସର୍ତ୍ତରେ, ବିନା ସ୍ବାର୍ଥରେ ଚାହେଁ ତୋର ହବାକୁ
ଟିକିଏ ଖାଲି ଜାଗା ଦେ ତୋର ମନରେ

ଋତୁ ନୁହେଁ ମୁଁ ବଦଳି ଯିବି, ଭରଷା ତୁ କରିନେ
ହାତ ବଢ଼େଇଛି କେବେଠୁ ମୁଁ, ହାତ ମୋର ଧରିନେ
ଛାଇ ପରି ପାଖେ-ପାଖେ ଥିବି ଏକା ଛାଡ଼ିବିନି କେବେବି

ତୁ କହିବୁ ନା ଆଗ ମୁଁ କହିବି
ଗଡି ଯାଉଛି ସମୟ ଏଇ କଥା ଭାବି-ଭାବି
ତୁ କହିବୁ ନା ଆଗ ମୁଁ କହିବି
ଗଡି ଯାଉଛି ସମୟ ଏଇ କଥା ଭାବି-ଭାବି



Credits
Writer(s): Satya Ranjan Bal
Lyrics powered by www.musixmatch.com

Link