Ahe Mukti Mandapara

ଆହେ ମୁକ୍ତି ମଣ୍ଡପର ପାଞ୍ଜିକାର
ଟିକେ ଗଣନା କରିବ ଭାଗ୍ୟ ମୋର
ଆହେ ମୁକ୍ତି ମଣ୍ଡପର ପାଞ୍ଜିକାର
ଟିକେ ଗଣନା କରିବ ଭାଗ୍ୟ ମୋର

କେବେ ପଡିବ ମହେନ୍ଦ୍ର ଯୋଗ?
ଶ୍ରୀକ୍ଷେତ୍ରେ ମୋର ଜୀବନ ଯିବ

ଶଙ୍ଖା, ଶାଢ଼ୀ ପିନ୍ଧି, ସିନ୍ଦୁର ନାଇ ମୁଁ ଯିବି ସ୍ୱର୍ଗଦ୍ୱାର

ଆହେ ମୁକ୍ତି ମଣ୍ଡପର ପାଞ୍ଜିକାର
ଟିକେ ଗଣନା କରିବ ଭାଗ୍ୟ ମୋର

ଗୁଆ, ଚାଉଳରେ ସଂସାର ବାନ୍ଧିଲି, ପିନ୍ଧିଲି ସୁହାଗ-ସିନ୍ଦୁର
ଖଈ, କଉଡ଼ିରେ ଥାଳ ଭରିଯିବ, ଡେଇଁଗଲେ ଶ୍ରୀମନ୍ଦିର
ଗୁଆ, ଚାଉଳରେ ସଂସାର ବାନ୍ଧିଲି, ପିନ୍ଧିଲି ସୁହାଗ-ସିନ୍ଦୁର
ଖଈ, କଉଡ଼ିରେ ଥାଳ ଭରିଯିବ, ଡେଇଁଗଲେ ଶ୍ରୀମନ୍ଦିର

ଅମୃତ-ବେଳ କେବେ ଆସିବ?
ମାୟା ସଂସାରୁ ଖେଳ ସରିବ

ମହାପ୍ରସାଦକୁ ତୁଣ୍ଡରେ ଦେଇ ମୁଁ ଯିବି ସ୍ୱର୍ଗଦ୍ୱାର

ଆହେ ମୁକ୍ତି ମଣ୍ଡପର ପାଞ୍ଜିକାର
ଟିକେ ଗଣନା କରିବ ଭାଗ୍ୟ ମୋର

ଜନମ, ମରଣ ଦୁଇଟି ଲହରୀ, ପାଣିରେ ଖେଳୁଛି ଭଉଁରୀ
କେବେ ପ୍ରାଣ-ଡଙ୍ଗା ସେପାରିକୁ ଯିବ ଜାଣେ ସେହି କଳା-ନାଉରି
ଜନମ, ମରଣ ଦୁଇଟି ଲହରୀ, ପାଣିରେ ଖେଳୁଛି ଭଉଁରୀ
କେବେ ପ୍ରାଣ-ଡଙ୍ଗା ସେପାରିକୁ ଯିବ ଜାଣେ ସେହି କଳା-ନାଉରି

ସ୍ୱାମୀ କୋଳେ ମୋ ଜୀବନ ଯିବ
ଅହ୍ୟ-ଡେଙ୍ଗୁରା କେବେ ବାଜିବ?

ନାମ ସଂକୀର୍ତ୍ତନ କାନରେ ଶୁଣି ମୁଁ ଯିବି ସ୍ୱର୍ଗଦ୍ୱାର

ଆହେ ମୁକ୍ତି ମଣ୍ଡପର ପାଞ୍ଜିକାର
ଟିକେ ଗଣନା କରିବ ଭାଗ୍ୟ ମୋର
ଆହେ ମୁକ୍ତି ମଣ୍ଡପର ପାଞ୍ଜିକାର
ଟିକେ ଗଣନା କରିବ ଭାଗ୍ୟ ମୋର

କେବେ ପଡିବ ମହେନ୍ଦ୍ର ଯୋଗ?
ଶ୍ରୀକ୍ଷେତ୍ରେ ମୋର ଜୀବନ ଯିବ

ଶଙ୍ଖା, ଶାଢ଼ୀ ପିନ୍ଧି, ସିନ୍ଦୁର ନାଇ ମୁଁ ଯିବି ସ୍ୱର୍ଗଦ୍ୱାର



Credits
Writer(s): Abhijit Majumdar, Nirmal Nayak
Lyrics powered by www.musixmatch.com

Link