Mashallah (From "Ram")

ماشاءَ اللّٰہ
ماشاءَ اللّٰہ
ତୁ କାଇଁ ଟିକେ ନିଆରା
ମାରିଦେଲା ତୋ ଚେହେରା
ତୁ କାଇଁ ଟିକେ ନିଆରା
ମାରିଦେଲା ତୋ ଚେହେରା

ମୋ ମନ ନେଲୁ ମୁଲେଇ
ମୁଁ କିଏ ଦେଲୁ ଭୁଲେଇ
ଇନ୍ଦ୍ରଧନୁ ବି ଫିକା ତୋ ଆଗରେ

माशा-अल्लाह, अल्लाह, ଗଢ଼ିଦେଲା କିଏ ତତେ ରେ?
माशा-अल्लाह, अल्लाह, ଗଢ଼ିଦେଲା କିଏ ତତେ ରେ?
ସାତ ସାଗରର ସବୁତକ ନୀଳ
ଖାଲି ତୋ ଆଖିରେ ଭାସେ
ପୁନେଇଁ ଆକାଶେ ଅଳସ ଭାଙ୍ଗିଲେ
ଜହ୍ନ ବି ତୋ ଭଳି ଦେଶେ

ପ୍ରେମ ବନ୍ଧନରେ ବାନ୍ଧିହେଲେ କାଳେ
ନ ଚାଲି ପାଦଟା ଖସେ
କାଚ ଆଇନାରେ ଲାଜ ଭିଯା ମୁଁହ
କାରଣ ନଥାଇ ହସେ

ତୁ କି ସେଇ ଚୋରା ଚଇତି?
ଆ ରଖିବି ମୁଁ ସାଇତି
ଯୋଡ଼ିଦେବି ମୋ ଖୁସି ତୋ ଖୁସିରେ

माशा-अल्लाह, अल्लाह, ଗଢ଼ିଦେଲା କିଏ ତତେ ରେ?
माशा-अल्लाह, अल्लाह, ଗଢ଼ିଦେଲା କିଏ ତତେ ରେ?
ଲାଗୁ ଯେ ତୋ ପାଇଁ ଅପେକ୍ଷାରେ ଥିଲି
କେତେ କେତେ ଯୁଗ ଧରି
ଲକ୍ଷେ କବିଙ୍କର ଶବଦ ସମ୍ଭାର
ତୋ ପାଖରେ ଯିବ ସରି

ଏଣୁ ତେଣୁ କଥା ଚଗଲା ପବନ
କାନେ କହେ ଥିରି-ଥିରି
ମେଘ ନ ଝରିଲେ ମୟୂରୀର ମନ
ରୁସି ଯାଏ ମୋ ପରି

ତୋ ରୂପ ରଙ୍ଗ ପସରା
ତୋ ଆଖିକୁ ଦେଇ ସାହାରା
ଓଠ ତୋ ରଖେ ମତେ ତୋ ପାଖରେ

माशा-अल्लाह, अल्लाह, ଗଢ଼ିଦେଲା କିଏ ତତେ ରେ?
माशा-अल्लाह, अल्लाह, ଗଢ଼ିଦେଲା କିଏ ତତେ ରେ?



Credits
Writer(s): Asad Nizam
Lyrics powered by www.musixmatch.com

Link