He Kala Gosein

ହେ କଳା ଗୋସେଇଁ, କଳା ଗୋସେଇଁ

ଆଜି ଅନ୍ଧ ପାଇଗଲା ଆଶାର ବାଡ଼ି
ଆଜି ଦୁଃଖୀ ପାଇଗଲା ସୁଖର ପେଡ଼ି
ଆଜି ଅନ୍ଧ ପାଇଗଲା ଆଶାର ବାଡ଼ି
ଆଜି ଦୁଃଖୀ ପାଇଗଲା ସୁଖର ପେଡ଼ି

ମୋ ଆଖିର ଲୁହକୁ ଦେଖି
କାନ୍ଦିଦେଲା ତୋ ଚକା ଆଖି
ମୋ ଥାଳ ଭରିଦେଲ ହାତ ବଢ଼େଇ

ହେ କଳା ଗୋସେଇଁ
ମୋ ଭାଗର ଖୁସି ମତେ ଦେଲ ଫେରେଇ
ହେ କଳା ଗୋସେଇଁ
ମୋ ଭାଗର ଖୁସି ମତେ ଦେଲ ଫେରେଇ

ବୁଝିଗଲି କଳା ଦିଅଁ ଅଛି ତୋ ହୃଦୟ
ଜାଣିଲି ତୁ କାଠ କି ପଥର ନୁହଁ
ଓ, ଶୁଣିବା ଶକତି ଅଛି କାଳିଆ ତୋ ପାଖରେ
କେବେ ଆଉ କହିବିନି ତୁ ବଧିର ରେ

କେମିତି ସହିବୁ ଭକତର କଷ୍ଟ?
ତୁ ପରା ଭକତର ଜଗନ୍ନାଥ
ତୋ ପରି ଠାକୁର ମୁଁ ଦେଖି ତ ନାହିଁ

ହେ କଳା ଗୋସେଇଁ
ମୋ ଭାଗର ଖୁସି ମତେ ଦେଲ ଫେରେଇ
ହେ କଳା ଗୋସେଇଁ
ମୋ ଭାଗର ଖୁସି ମତେ ଦେଲ ଫେରେଇ

ଭକତ ସାଥିରେ ଏମିତି ତା ଭାବ
ଭକତ କାନ୍ଦିଲେ ତାକୁ କଷ୍ଟ ହବ
ଓଃ-ହୋ, ଶଙ୍ଖେ ମାଗିଲେ, ସମୁଦ୍ର ସେ ଦବ
ଏମିତି ଠାକୁର କଉଠି ନଥିବ

ସିଂହଦୁଆରରେ ହାତ ଟେକି ଦେଲେ
ମହାବାହୁ ବୋଲି ଥରେ ଡାକିଦେଲେ
ସବୁ ଦୁଃଖ ଛାଁ-ଛାଁ ଯିବ ଦୂରେଇ

ହେ କଳା ଗୋସେଇଁ
ମୋ ଭାଗର ଖୁସି ମତେ ଦେଲ ଫେରେଇ
ହେ କଳା ଗୋସେଇଁ
ମୋ ଭାଗର ଖୁସି ମତେ ଦେଲ ଫେରେଇ
ହେ କଳା ଗୋସେଇଁ
ମୋ ଭାଗର ଖୁସି ମତେ ଦେଲ ଫେରେଇ



Credits
Writer(s): Pintu Das
Lyrics powered by www.musixmatch.com

Link