Aama Ei Prema Re

ହେ-ଏ, ଲାଲା-ଲା
ହୋ-ହୋ-ହୋ
ଆମ ଏଇ ପ୍ରେମର, ଆମ ଏଇ ପ୍ରେମର
କେତେ ମିଠା-ମିଠା ସ୍ମୃତି
ଯେତିକି ପୁରୁଣା ହୁଏ, ନୂଆ-ନୂଆ ଲାଗେ ସେତିକି
ଯେତିକି ପୁରୁଣା ହୁଏ, ନୂଆ-ନୂଆ ଲାଗେ ସେତିକି

ଆଜିକାଲି ତୁମେ ଦେଖା ହୁଅ ଯେତେ ଥର
ପଚାରିଦେବି ଭାବୁଛି
ଭୁଲ କିବା ଥିଲା ମୋର
ଭୁଲ କିବା ଥିଲା ମୋର

ମନ ମୋର ଜଳେ ଆଜି କୁହୁଳି-କୁହୁଳି
ମୋ ସାଥେ ଖେଳିଲ କୁହ କାଇଁ ଲୁଚକାଳି, କାଇଁ ଲୁଚକାଳି

ଆମ ଏଇ ସମ୍ପର୍କ, ଆମ ଏଇ ସମ୍ପର୍କ
ଆଉ ମିଠା-ମିଠା ପ୍ରୀତି
କାହିଁକି ଆରମ୍ଭ ହେଲା, ଶେଷ ହେଲା, କୁହ କାହିଁକି
କାହିଁକି ଆରମ୍ଭ ହେଲା, ଶେଷ ହେଲା, କୁହ କାହିଁକି

ଭୁଲିଗଲ ବୋଲି ମୋତେ ଦୁଃଖ ନାହିଁ ମୋର
ଯେଉଁଠି ଥା, ଭଲରେ ଥାଅ
ହେଲେ ମୁଁ ହେଲି ପର
ହେଲେ ମୁଁ ହେଲି ପର

ଆମ ପ୍ରେମ କାଲି ଯଦି ହବ ରେ କାହାଣୀ
ମୁଁ ରାଜା ନହେଲେ ବି ତମେ ହେବ ରାଣୀ, ତମେ ହବ ରାଣୀ

ଆମ ନୂଆ ସ୍ୱପ୍ନର, ଆମ ନୂଆ ସ୍ୱପ୍ନର
କେତେ ମିଠା-ମିଠା ରାତି
ମନର ଉତ୍କଣ୍ଠା ଯେତେ ବାକି ରହିଯାଏ ତଥାପି
ମନର ଉତ୍କଣ୍ଠା ଯେତେ ବାକି ରହିଯାଏ ତଥାପି

କାହିଁକି ଆରମ୍ଭ ହେଲା, ଶେଷ ହେଲା, କୁହ କାହିଁକି



Credits
Writer(s): Manaranjan Padhi, Sasmal Manas
Lyrics powered by www.musixmatch.com

Link