Rahija Samaya

ଇଚ୍ଛାର ମେଳି, ଯୋଡ଼ିଛି ସୂତା ଖିଅ ଭଳି
ଆଶାର ମାଳି, ଗୁନ୍ଥି ଗୋଟେ ପରେ ଗୋଟେ ଆଣି
ଆଖିରୁ ନିଆଁ, ହେଇ ଆଜି ବୋହି ଯାଉଛି
ସବୁ ସପନ, ଦେଖୁଛି ଆଖି ଖୋଲା କରି

ଛିଡା ମୁଁ ଆଜି ସେଇ ଯା' ଗାଁରେ ବେଦୀ
ଆଗକୁ ପାଦେ ଯାଇ ଦେଖୁଛି ଯେବେ ବୁଲି
ପଛେ ମୁଁ ରହିଗଲି

ରହିଯା' ସମୟ, ମୋ ହାତ ମୁଠାରେ
ମୋ ପାପୁଲି ରେଖା, ବଦଳିବ କାଳେ
ରହିଯା' ସମୟ, ମୋ ହାତ ମୁଠାରେ
ମୋ ପାପୁଲି ରେଖା, ବଦଳିବ କାଳେ

ଖୋଲା-ଖୋଲା ଆକାଶରେ, ଚିକି-ଚିକି ତାରା ତଳେ
ଦେଖାଯାଏ ଜଳ-ଜଳ, ଅନ୍ଧକାର ଜୀବନ ମୋ
ପୁଣି ଆସି ବସ କାଳ, ନିଛାଟିଆ ବାଦଲର
ବୁକୁ ଚିରି କହିବ ଦୁନିଆକୁ ଓଜନ ମୋର

ଆକାଶ ଆଜି ବି କାନ୍ଦେ ମତେ ଦେଖି
ବରଷା ହେଇ ବହି ଯାଏ ସପନ ଯେତେ ଏଠି
ତଥାପି ମୁଁ କହୁଛି

ରହିଯା' ସମୟ, ମୋ ହାତ ମୁଠାରେ
ମୋ ପାପୁଲି ରେଖା, ବଦଳିବ କାଳେ
ରହିଯା' ସମୟ, ମୋ ହାତ ମୁଠାରେ
ମୋ ପାପୁଲି ରେଖା, ବଦଳିବ କାଳେ



Credits
Writer(s): Sandeep Panda
Lyrics powered by www.musixmatch.com

Link