Jhuruchhi To Premaku

ତୋ ସ୍ମୃତି ଜାଳେ ଯେବେ ମୋ ଛାତିକୁ
ମୋ ପ୍ରେମ ଝୁରି ହୁଏ ତୋ ପ୍ରୀତିକୁ

ଫେରିଆ ସାଥି ତୁ, ଚାହିଁଛି ତୋରି ବାଟକୁ
ତୋ ବିନା ପାଉନି, ମୁଁ ଖୋଜି ମୋ ନିଜକୁ

କାନ୍ଦିବୁ ଦିନେ ନିହାତି ତୁ ବି
ଝୁରି ମୋ ସତ ପ୍ରେମକୁ
କାନ୍ଦିବୁ ଦିନେ ନିହାତି ତୁ ବି
ଝୁରି ମୋ ସତ ପ୍ରେମକୁ

ହସ ଲହୁ ଓଠେ କହି ଆଖି ଲୁହେ ଭିଜେଇଲୁ
ଛଳନାର ବାରୁଦରେ ମୋ ପ୍ରେମକୁ ଜାଳିଦେଲୁ
ଅଦିନିଆ ମେଘ ହେଇ ମୋ ଉପରେ ବରଷିଲୁ
ଧୋଇ ଦେଇ ସବୁ ସୁଖ, ଦୁଃଖ ଦେଇ ଚାଲିଗଲୁ

ଥରୁଟେ ଧରିନେ', ଆସି ତୁ ପାଖକୁ
ତୋ ବିନା ପାଉନି, ମୁଁ ଖୋଜି ମୋ ନିଜକୁ

କାନ୍ଦିବୁ ଦିନେ ନିହାତି ତୁ ବି
ଝୁରି ମୋ ସତ ପ୍ରେମକୁ
କାନ୍ଦିବୁ ଦିନେ ନିହାତି ତୁ ବି
ଝୁରି ମୋ ସତ ପ୍ରେମକୁ

ବରଷ ଟା ବିତିଲାଣି, କେତେ ଯେ ମୁଁ ଗଣି ନାହିଁ
ହେଲେ ତୋର ଛୁଆଁ ଦେହ କାହାକୁ ମୁଁ ଦେଇ ନାହିଁ
ସେଫାଳି ମୁଁ ଝରିଗଲେ, ରାତି ଟେ ତୋ ସାଥେ ରହି
ଭଅଁର ତୁ ଉଡି ଗଲୁ, ମହୁ ତକ ଶୋଷି ନେଇ

ବୁଝେଇ ଦେଇ ଯା', ଅବୁଝା ଏଇ ମନକୁ
ତୋ ବିନା ପାଉନି, ମୁଁ ଖୋଜି ମୋ ନିଜକୁ

କାନ୍ଦିବୁ ଦିନେ ନିହାତି ତୁ ବି
ଝୁରି ମୋ ସତ ପ୍ରେମକୁ
କାନ୍ଦିବୁ ଦିନେ ନିହାତି ତୁ ବି
ଝୁରି ମୋ ସତ ପ୍ରେମକୁ



Credits
Writer(s): Subha Dash, Sushil Dalai
Lyrics powered by www.musixmatch.com

Link