To Niswash Mo Niswasha

ତୋ ନିଃଶ୍ୱାସ ଚାଲୁଛି ବୋଲି, ମୋ ନିଃଶ୍ୱାସ ଚାଲୁଛି
ତୁ ପାଖରେ ରହିଛୁ ବୋଲି, ଦୁଃଖ ସବୁ ଭୁଲୁଛି

ହଁ, ତୋ ନିଃଶ୍ୱାସ ଚାଲୁଛି ବୋଲି, ମୋ ନିଃଶ୍ୱାସ ଚାଲୁଛି
ତୁ ପାଖରେ ରହିଛୁ ବୋଲି, ଦୁଃଖ ସବୁ ଭୁଲୁଛି

ମୁଁ ବେଶି ବେଶି ତତେ ଖାଲି ଦେଖିବି ବୋଲି

ଅଳପ ଶୋଉଛି ମୁଁ, ବେଶି ବେଶି ଆଖି ଖୋଲୁଛି
ହଁ, ଅଳପ ଶୋଉଛି ମୁଁ, ବେଶି ବେଶି ଆଖି ଖୋଲୁଛି

ଏ ଜୀବନେ ଅଛୁ ତୁ ବୋଲି, ମୋ ସ୍ପନ୍ଦନ ଚାଲିଛି
ମୋ ହାତ ତୁ ଧରିଛୁ ବୋଲି, ମୁଁ ଫୁଲରେ ଚାଲୁଛି

ତୁ ବେଶି ବେଶି ମତେ ଭଲପାଉଛୁ ବୋଲି

ଅଳପ ସ୍ବପ୍ନ ଦେଖି ମୁଁ, ବେଶି ବେଶି ନିଦ ଭୁଲୁଛି
ଅଳପ ସ୍ବପ୍ନ ଦେଖି ମୁଁ, ବେଶି ବେଶି ନିଦ ଭୁଲୁଛି

ଜାଣେନା କେବେଠାରୁ ମନରେ କଲୁ ଘର, ହେଲୁ ତୁ ମୋର ପ୍ରାଣ ମିତଣୀ
ହଁ, ଏଇ ଜନମ ନୁହେଁ, ଗଲା ଜନମ ଠାରୁ ଆମର ଏଇ ପ୍ରେମ କାହାଣୀ

ହାଏ, ଜାଣେନା କେବେଠାରୁ ମନରେ କଲୁ ଘର, ହେଲୁ ତୁ ମୋର ପ୍ରାଣ ମିତଣୀ
ହଁ, ଏଇ ଜନମ ନୁହେଁ, ଗଲା ଜନମ ଠାରୁ ଆମର ଏଇ ପ୍ରେମ କାହାଣୀ

ସେ କାହାଣୀ ପଢିଲା ପରେ, ମୁଁ ନିଜକୁ ଭୁଲିଛି
ତୋ ଭାବନା ନୀଳ ଆକାଶେ, ରାତିଦିନ ବୁଲୁଛି

ମୁଁ ବେଶି ବେଶି ତୋ ମନକୁ ଛୁଇଁବି ବୋଲି

ପବନ ସୁଅରେ ମୁଁ, ବେଶି ବେଶି ଡେଣା ମେଲୁଛି
ହଁ, ପବନ ସୁଅରେ ମୁଁ, ବେଶି ବେଶି ଡେଣା ମେଲୁଛି

କହୁଛି ଆଜି ସତେ ପାଇଲା ପରେ ତତେ, ଲାଗୁଛି ଛୋଟ ଏଇ ଦୁନିଆ
ଖୁସିରେ ହସୁଛି ମୁଁ, ମହୁରେ ଭାସୁଛି ମୁଁ, ହବୁ ତୁ ମୋର ସୁନା କନିଆଁ

ହଁ, କହୁଛି ଆଜି ସତେ ପାଇଲା ପରେ ତତେ, ଲାଗୁଛି ଛୋଟ ଏଇ ଦୁନିଆ
ହଁ, ଖୁସିରେ ହସୁଛି ମୁଁ, ମହୁରେ ଭାସୁଛି ମୁଁ, ହବୁ ତୁ ମୋର ସୁନା କନିଆଁ

ତୋ କନିଆଁ ହେବି ମୁଁ ବୋଲି, ଦୁନିଆକୁ ଭୁଲିଛି
ତୋ ପାଇଁକି ମୋ ପ୍ରେମର, ଦରଜାକୁ ଖୋଲିଛି

ମୁଁ ସବୁ ଜନମ ତୋ ପାଖେ ରହିବି ବୋଲି

ଉପରବାଲାକୁ ମୁଁ ମାନସିକ କରି ଚାଲିଛି
ହଁ, ଅଳପ ଶୋଉଛି ମୁଁ, ବେଶି ବେଶି ଆଖି ଖୋଲୁଛି
ହଁ, ପବନ ସୁଅରେ ମୁଁ ବେଶି ବେଶି ଡେଣା ମେଲୁଛି
ଅଳପ ଶୋଉଛି ମୁଁ, ବେଶି ବେଶି ଆଖି ଖୋଲୁଛି



Credits
Writer(s): Malaya Mishra
Lyrics powered by www.musixmatch.com

Link