Alaga Alaga Lage

ତୋ କଥା ମୁଁ ଭାବେ ବସି-ବସି
ତତେ ଭାବି ହୁଏ କେତେ ଖୁସି

କେମିତି ସେ ଅନୁଭୂତି କହିବି ତୋ ଆଗେ?

ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ

ମୋ ନିଦରେ ସପନର ଭିଡ଼
ସାରା ରାତି ଲେଉଟାଏ କଡ

ତୋପାଇଁ କି ବାରମ୍ବାର ନିଦ ମୋ ଭାଙ୍ଗେ

ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ

ମେଘର ଓଢଣା ତଳୁ ଜହ୍ନ ଯେବେ ହସେ
ଜହ୍ନରେ ତୋରି ମୁଁହ ଝିଲିମିଲି ଦିଶେ

ମେଘର ଓଢଣା ତଳୁ ଜହ୍ନ ଯେବେ ହସେ
ଜହ୍ନରେ ତୋରି ମୁଁହ ଝିଲିମିଲି ଦିଶେ
ପ୍ରେମ ତୁ ଭାବ ପ୍ରବଳ କରି ଅହରହ
କାଗଜ ଫୁଲ ବି ଏବେ ବାସେ ମହମହ

ତୋ ସାଥିରେ ହୁଏ ଯେବେ ଭେଟ
ଭିଜିବାକୁ ମନ ଛଟପଟ
ବାହାନାରେ ଛୁଏ ତତେ କେତେ ସରାଗେ

ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ

ଭଲ ତୁ ଲାଗିଲୁ ଏତେ ପାଇଗଲି ଭଲ
ତୋବିନା ଲାଗେନି ଭଲ ମୋତିର ମହଲ

ହୋ, ଭଲ ତୁ ଲାଗିଲୁ ଏତେ ପାଇଗଲି ଭଲ
ତୋବିନା ଲାଗେନି ଭଲ ମୋତିର ମହଲ
ଏମିତି ଦେଲୁ ତୁ ଖୁସି ନାହିଁ ତାର ସୀମା
ତୋ ସାଥେ ୧୦୦ ଜନମ କଲି ରାଜିନାମା

ପାଖେ ଥିଲେ ଖୋଜେ ନାହିଁ ଯେତେ
ଦୂରେ ଗଲେ ଝୁରେ ବେଶୀ ତତେ
କେବେ ପୁଣି ଫେରିବି ତୁ ବାଟ ମୁଁ ଜଗେ

ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ

ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ
ଭାରି ଅଲଗା ଅଲଗା ଲାଗେ



Credits
Writer(s): Malaya Mishra
Lyrics powered by www.musixmatch.com

Link