He Sambhu Baba Sankar

ହେ ଶମ୍ଭୁ ବାବା, ହେ ଭୋଳା ବାବା ଶଙ୍କର
ଏ ଦୁଃଖୀକୁ ପର ନ କର
ହେ ଶମ୍ଭୁ ବାବା, ହେ ଭୋଳା ବାବା ଶଙ୍କର
ଏ ଦୁଃଖୀକୁ ପର ନ କର

ଜହ୍ନ ଥାଉ ଥାଉ ଜଟାରେ ତୁମର
ଜହ୍ନ ଥାଉ ଥାଉ ଜଟାରେ ତୁମର
ମୋ ଜୀବନେ କାଇଁ ଅନ୍ଧକାର?

ହୋ, ହେ ଶମ୍ଭୁ ବାବା, ହେ ଭୋଳା ବାବା ଶଙ୍କର
ଏ ଦୁଃଖୀକୁ ପର ନ କର
ଏ ଦୁଃଖୀକୁ ପର ନ କର

ସାଗର ମନ୍ଥନେ ପାନ କଲ ବିଷ
ହେଲେ ନୀତି ବିଷ ମୁଁ ପିଉଛି
ଜଟା-ଜୁଟ ଧରି ହେଲ ମହା ଯୋଗୀ
ହେଲେ ମହା ଭୋଗୀ ମୁଁ ସାଜିଛି

ଛନ୍ଦି ହେଇ ଯାଏ ଛନ୍ଦ କପଟରେ
ଛନ୍ଦି ହେଇ ଯାଏ ଛନ୍ଦ କପଟରେ
ତ୍ରାହି-ତ୍ରାହି ଡାକେ ରକ୍ଷା କର

ହୋ, ହେ ଶମ୍ଭୁ ବାବା, ହେ ଭୋଳା ବାବା ଶଙ୍କର
ଏ ଦୁଃଖୀକୁ ପର ନ କର
ଏ ଦୁଃଖୀକୁ ପର ନ କର

ମଥାରୁ ତୁମର ଗଙ୍ଗା ଝରିଯାଏ
ହେଲେ ନୀତି ପାପ ମୁଁ କରୁଛି
ତ୍ରିନୟନ ବୁଜି ସବୁ ପାର ଦେଖି
ଆଖି ଖୋଲି ଅନ୍ଧ ମୁଁ ସାଜିଛି

ତୁମ ଚରଣରେ ପୋଷିଲି ଶରଣ
ତୁମ ଚରଣରେ ପୋଷିଲି ଶରଣ
ସବୁ ଦୋଷ ମୋର କ୍ଷମା କର

ହୋ, ହେ ଶମ୍ଭୁ ବାବା, ହେ ଭୋଳା ବାବା ଶଙ୍କର
ଏ ଦୁଃଖୀକୁ ପର ନ କର
ଏ ଦୁଃଖୀକୁ ପର ନ କର
ସବୁ ଦୋଷ ମୋର କ୍ଷମା କର



Credits
Writer(s): Arun Kumar Mantri, Bhibhu Prasad Nanda
Lyrics powered by www.musixmatch.com

Link